csstore

ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ସ୍ୱାଭିମାନ ପଦଯାତ୍ରା

କଣ୍ଟାବାଞ୍ଜି, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ଗରିବ ସେନା କଣ୍ଟାବାଞ୍ଜି ପକ୍ଷରୁ ଆଜି ସ୍ୱାଭିମାନ ପଦଯାତ୍ରା ହୋଇଯାଇଛି । ପ୍ରଥମେ କଣ୍ଟାବାଞ୍ଜି ଗୋରୁ ବଜାରଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ବିଭିନ୍ନ ଛକ ଦେଇ ଇନ୍ଦିରା ଛକ ପର୍ଯ୍ୟନ୍ତ ପଦଯାତ୍ରା କରାଯାଇଥିଲା । ଏହି ସ୍ୱାଭିମାନ ପଦଯାତ୍ରାରେ ଦାଦନ ମୁକ୍ତ ଅଞ୍ଚଳ, ଦୁର୍ନୀତି ମୁକ୍ତ ଅଞ୍ଚଳ, ରେଳ ୱାଗନ କାରଖାନା ନିର୍ମାଣ, ବେରୋଜଗାର ଯୁବକ ଯୁବତୀମାନଙ୍କୁ ସ୍ଥାନୀୟ ନିଯୁକ୍ତି, ଶିକ୍ଷା ଓ ସ୍ଵାସ୍ଥ୍ୟ କ୍ଷେତ୍ରରେ ବିକାଶ, ଖାଲି ପଡ଼ିଥିବା ଡାକ୍ତର ଓ ଶିକ୍ଷକ ପଦବୀ ପୂରଣ, ଚାଷୀ ଋଣ ଛାଡ ଓ ଅଞ୍ଚଳକୁ ମରୁଡି ଘୋଷଣା କରିବା, ନିର୍ମାଣ ଶ୍ରମିକର ଅଧିକାର ପାଇଁ, ସରକାରୀ ଯୋଜନାରେ ଶ୍ରମିକମାନଙ୍କୁ ଠିକ୍ ସମୟରେ ପାଉଣା ପ୍ରଦାନ କରିବା, ବଞ୍ଚିତ ଯୋଗ୍ୟ ବ୍ୟକ୍ତିକୁ ପ୍ରଧାନମନ୍ତ୍ରୀ ଆବାସରେ ସାମିଲ, ଖାଲି ପଡ଼ିଥିବା ସରକାରୀ କ୍ଷେତ୍ରରେ ପଦବୀ ପୂରଣ କରିବା ଆଦି ଦାବୀ ନେଇ ସ୍ୱାଭିମାନ ପଦଯାତ୍ରା କରାଯାଇଛି । ଏହି ପଦଯାତ୍ରାରେ ଶତାଧିକ ଯୁବକମାନେ ସାମିଲ ହୋଇଥିଲେ ।

jayashree
Leave A Reply

Your email address will not be published.