pakka

ପଥରେଲ ଗ୍ରାମରେ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ : ୧୧୭୨ ଜଣଙ୍କୁ ଚିକିତ୍ସା ସହ ମାଗଣାରେ ଔଷଧ ବଣ୍ଟନ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଳ ବ୍ଲକ ଉପାନ୍ତ ଅଂଚଳ ଝିଟିକି ପଞ୍ଚାୟତ ପଥରେଲ ପ୍ରାଥମିକ ବିଦ୍ୟାଳୟଠାରେ ରବିବାର ଅନୁଷ୍ଠିତ ମାଗଣା ମେଗା ସ୍ୱାସ୍ଥ୍ୟ ଶିବିରକୁ କିର୍ତ୍ତନ ସୋନୀ ଫିତା କାଟି ଉଦ୍‌ଘାଟନ କରିଥିଲେ । ନୃସିଂହନାଥ କଳା ପରିଷଦ, ପଥରେଲ ଗ୍ରମବାସୀ, ବିକାଶ ମଲ୍ଟି ସ୍ପେଶାଲିଟ ହସ୍ପିଟାଲ ବରଗଡ ଓ ତ୍ରିଲୋଚନ ନେତ୍ରାଳୟ ସମ୍ବଲପୁର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିରରେ ୧୧୭୨ ରୋଗୀଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରି ମାଗଣାରେ ଔଷଧ ବିତରଣ କରାଯାଇଥିଲା । ବିକାଶ ମଲ୍ଟି ସ୍ପେଶାଲିଟ ହସ୍ପିଟାଲ ବରଗଡରୁ ବିଭିନ୍ନ ରୋଗର ୭ ଜଣ ବିଶେଷଜ୍ଞ ଡାକ୍ତର ଯୋଗ ଦେଉଥିବା ବେଳେ ସମ୍ବଲପୁର ତ୍ରିଲୋଚନ ନେତ୍ରାଳୟର ଚକ୍ଷୁ ବିଶେଷଜ୍ଞ ଡାକ୍ତର ଓ ତାଙ୍କ ଷ୍ଟାପ ଯୋଗ ଦେଇ ୭ଟି ପ୍ରକୋଷ୍ଟରେ ରୋଗୀମାନଙ୍କୁ ପରୀକ୍ଷା କରି ମାଗଣା ଔଷଧ ବିତରଣ କେନ୍ଦ୍ରକୁ ପଠାଇଥିଲେ । ଔଷଧ କେନ୍ଦ୍ର ଦାୟିତ୍ୱରେ ଥିବା ଡା.ମୋହନ ଭୋଇ, ଡା.ସୁରେଶ ଅଗ୍ରୱାଲ, ଡା.ରତନ ଅଗ୍ରୱାଲ, ଡା. ବୁଲୁ ବାରିକ, ଡା. ରୁଦ୍ରମଣି ବେହେରା, ସୁରଥ ସାହୁ ପ୍ରମୁଖ ଔଷଧ ବିତରଣ କରିଥିଲେ । ଏନେଇ ସଂନ୍ଧ୍ୟାରେ ଅନୁଷ୍ଠିତ ସଭାରେ ସୁବୋଦ ପଣ୍ତା ଅଧ୍ୟକ୍ଷତା କରିଥିଲେ । ମୁଖ୍ୟ ଅତିଥି ଭାବେ ଡା.ଅଜିତ ବାରିକ ସମ୍ମାନିତ ଅତିଥି ଭାବେ ବଡ ଶତପଥି ସବ୍ୟସାଚି ରାୟ, କିଶୋର ମିଶ୍ର, ସୁମନ୍ତ ଭୋଇ, ଚିତ୍ତ ସରାଫ, ଗିରିସ ଚନ୍ଦ୍ର ନାୟକ ଯୋଗଦେଇ ମେଗା ସ୍ବାସ୍ଥ୍ୟ ଶିବିର ବିଷୟରେ ନିଜସ୍ବ ମତବ୍ୟକ୍ତ ସହ ବରଗଡ ଓ ସମ୍ବଲପୁରରୁ ସେବା ଯୋଗାଇଥିବା ଡାକ୍ତର ଓ ତାଙ୍କ ସାଥିମାନଙ୍କୁ ପରସ୍କୃତ କରାଯାଇଥିଲା । ସେହିପରି ପଥରେଲ ଗୃପର ୫୦ ଜଣ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ପୁରସ୍କୃତ କରାଯାଇଥିଲା । ଦୁର୍ଯ୍ୟେଧନ ତ୍ରିପାଠୀ, ପ୍ରେମସାଗର, ସୁଶାନ୍ତ ସାହୁ ପ୍ରମୁଖ ସହ ଗ୍ରାମବାସୀ ବିଭିନ୍ନ କାମରେ ସହଯୋଗ କରିଥିଲେ । ଦେବେନ୍ଦ୍ର ସାହୁ ଧନ୍ୟବଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

two × 2 =

error: Content is protected !!