pakka

ପୀତାମ୍ବର ନାଏକ ମେମୋରିଆଲ ‘ଅଷ୍ଟଭୂଜା କପ୍‌ ଫୁଟବଲ ଟୁର୍ଣ୍ଣାମେଣ୍ଟ’ରେ କୁରୁଲ ଚମ୍ପିଆନ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା କୁରୁଲ ଠାରେ ଦୁଇଦିନଧରି ଚାଲିଥିବା ପ୍ରଥମ ପୀତାମ୍ବରନାଏକ ମେମୋରିଆଲ ଅଷ୍ଟଭୂଜା ଫୁଟବଲଟୁର୍ଣ୍ଣାମେଣ୍ଟ ଆଜି ଶେଷ ହୋଇଛି । ଆଜିର ଫାଇନାଲ ମ୍ୟାଚରେ ଖଲିଆପାଲି ଫୁଟବଲ ଦଳକୁ ୩-୧ପେନାଲ୍ଟିକିକ ଗୋଲରେ ହରାଇ କୁରୁଲ ଦଳ ବିଜୟୀ ହୋଇଛି । ଫାଇନାଲ ମ୍ୟାଚଟି ଖୁବ ଉକ୍ରଣ୍ଠାପୂର୍ଣ୍ଣ ଥିଲା । ଅଧଘଣ୍ଟାର ଫାଇନାଲ ଖେଳରେ କେହି କାହାକୁ ଗୋଲ ଦେଇ ପାରିନଥିଲେ । ଶେଷରେ ରେଫରିମାନେ ପେନାଲ୍ଟି କିକ୍‌ କରାଇଥିଲେ । ଏଥିରେ କୁରୁଲ ଦଳ ୩-୧ରେ ବିଜୟୀ ହୋଇଛି । ଆଜି ଉଦଯାପନୀ ତଥା ପୁରସ୍କାର ବିତରଣୀ ଉତ୍ସବରେ ମୁଖ୍ୟଅତିଥି ଭାବରେ ବଲାଙ୍ଗିରର ପ୍ରଗତିବାଦୀ ଜିଲ୍ଲା ପ୍ରତିନିଧି ବରିଷ୍ଠ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ଓ ସମ୍ମାନୀତ ଅତିଥି ଭାବରେ ପୂର୍ବତନ ଫୁଟବଲ ଖେଳାଳୀ ତଥା କୁରୁଲର ଗଉଁତିଆ ଯଜେ୍ଞଶ୍ୱର ନାଏକ, ବରିଷ୍ଠ ନାଗରିକ ତଥା ପୂର୍ବତନ ଫୁଟବଲ ଖେଳାଳୀ ହୃଦାନନ୍ଦ ପଟେଲ, ଗଣ୍ଡାରାମ ପଟେଲ, ପୀତବାସ ପଟେଲ, ଘାସିରାମ ପଟେଲ, ରବିନାରାୟଣ ନାଏକ ପ୍ରମୁଖ ଯୋଗଦେଇ ବିଜୟୀ ଦଳ ଓ ରନର୍ସଅଫ ଦଳକୁ ଟ୍ରଫି ଓ ପୁରସ୍କାର ରାଶି ଦେଇ ପୁରସ୍କୃତ କରିଥିଲେ । ଟୁର୍ଣ୍ଣାମେଣ୍ଟକୁ କୁରୁଲ ଫୁଟବଲ ଏସୋସିଏସନ ଆୟୋଜନ କରିଥିବା ବେଳେ ସ୍ୱର୍ଗତ ପୀତାମ୍ବର ନାଏକଙ୍କ ପରିବାରର ଅଭିଜିତ ନାଏକ, ସୁରଜିତ ନାଏକ, ବିଶ୍ୱଜିତ ନାଏକ ଓ ଅରିଜିତ ନାଏକ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ମଧୁମଙ୍ଗଳ ନାଏକ ପରିଚାଳନା କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୮ଦଳ ଯୋଗ ଦେଇଥିଲେ । ପ୍ରଥମ ସେମିଫାଇନାଲ ଖଲିଆପାଲି ଦଳ ଓ ବଲାଙ୍ଗିରର ବ୍ଲୁମାଉଣ୍ଟେନଦଳ ମଧ୍ୟରେ ହୋଇଥିଲା । ସେଥିରେ ଖଲିଆପାଲି ଦଳ ଜିଣି ଫାଇନାଲକୁ ଯାଇଥିଲେ । ସେହିପରି ଦ୍ୱିତୀୟ ସେମିଫାଇନାଲ କୁରୁଲ ଓ କୁଦେଇପାଲି ମଧ୍ୟରେ ଅନୁଷ୍ଠିତ ହୋଇ କୁରୁଲଦଳ ବିଜୟୀ ହୋଇଥିଲେ । ଆଜି ୪.୩୦ରେ ଫାଇନାଲ ଖେଳ ଆରମ୍ଭ ହୋଇଥିଲା । କୁରୁଲ ଦଳ ୩-୧ରେ ବିଜୟୀ ହୋଇ ଚମ୍ପିଆନ ହୋଇଥିଲା ।

jay balangir
Leave A Reply

Your email address will not be published.

11 + 9 =

error: Content is protected !!