mahavir

ମାର୍ଲାଡ ବ୍ରିଜ ନିକଟରେ ବାଇକ୍‌ ଓ ପିକ୍ଅପ ଗାଡ଼ି ମୁହାଁମୁହିଁ ଧକ୍କା : ଓଲଟିଲା ପିକ୍‌ଅପ ଗାଡ଼ି

  • ଘଟଣା ସ୍ଥଳରେ ଜଣେ ଓ ଟିଟିଲାଗଡ ଡାକ୍ତରଖାନାରେ ଆଉ ଦୁଇ ଶିଶୁ ମୃତ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ ନିକଟସ୍ଥ ଲେଶୁନବାହାଲି ଗ୍ରାମର ଛଅଜଣ ୧୨ ରୁ ୧୫,ବର୍ଷୀୟା ଶିଶୁମାନେ ଗାଁରେ ହେଉଥିବା ଭୋଜି ଖାଇବା ପରେ ସେହି ଗ୍ରାମର ପିକଅପ୍ ଗାଡ଼ି ନମ୍ବର ଓଡି୦୩କ୍ୟୁ୪୨୮୪ରେ ଘର ଲୋକଙ୍କୁ ନ ଜଣାଇ ଭୋଜି ପାଇଁ କିଛି ସାମଗ୍ରୀ କିଣିବା ପାଇଁ ଟିଟିଲାଗଡ ଆସି ଫେରୁଥିବା ବେଳେ ଭାରସାମ୍ୟ ହରାଇ ପିକ୍ଅପ ଭ୍ୟାନଟି ଓଲଟି ପଡିଥିଲା । ତେବେ କିଭଳି ଓ କେଉଁ ପରିସ୍ଥିତିରେ ପିକଅପ ଓଲଟି ଗଲା ଜଣାପଡି ନଥିବା ବେଳେ ଗାଡ଼ିର ପଛପଟେ ବସିଥିବା ଛଅ ଜଣ ଶିଶୁ ଗୁରୁତର ଆହତ ହୋଇଛନ୍ତି । ତେବେ ଘଟଣା ସ୍ଥଳରେ ଜଣେ ମୃତ ହୋଇଥିବା ବେଳେ ଆଉ ପାଞ୍ଚ ଜଣ ଶିଶୁଙ୍କୁ ପରିବାର ଲୋକେ ସେହି ବାଟ ଦେଇ ଯାଉଥିବା ବାଇକ ଓ ଅଟୋ ଯୋଗେ ପାଞ୍ଚ ଜଣ ଶିଶୁଙ୍କୁ ଚିକିତ୍ସା ପାଇଁ ଆଣିବା ପରେ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଶିଶୁଙ୍କ ଟିଟିଲାଗଡ ସରକାରୀ ଡାକ୍ତରଖାନାରେ ମୃତ ହୋଇଥିବା ଜଣାପଡ଼ିଛି । ଜଣଙ୍କୁ ବଲାଙ୍ଗିର ସ୍ଥାନାନ୍ତର କରାଯାଇଥିବା ବେଳେ ଆଉ ଦୁଜଣ ଜଣ ଶିଶୁଙ୍କ ଚିକିତ୍ସା ଚାଲିଥିବା ଜଣାପଡ଼ିିଛି । ତେବେ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲ ଓ ଆହୁରି ତିନି ଜଣ ଡାକ୍ତର ଅମିତ ପ୍ରଧାନ, ଧୀର ରଞ୍ଜନ ଶତପଥୀ ପ୍ରଶାନ୍ତ ତ୍ରିପାଠୀ ପହଞ୍ଚି ସମସ୍ତ ଶିଶୁଙ୍କୁ ଚିକିତ୍ସା ପ୍ରଦାନ କରୁଛନ୍ତି । ତେବେ ସମସ୍ତ ଡାକ୍ତରଙ୍କ ସହ ନର୍ସମାନେ ମିଶି ସେ ଦୁଇ ଶିଶୁଙ୍କୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିବା ସତ୍ତ୍ୱେ ବେଶୀ ଗୁରୁତର ହୋଇଥିବା ଯୋଗୁଁ ସେମାନଙ୍କର ପ୍ରାଣ ବାୟୁ ଉଡ଼ିଯାଇଥିଲା । ତେବେ ଏଭଳି ଏକ ଅଭାବନୀୟ ଘଟଣା ଯୋଗୁଁ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ମୃତ ଦୁଇ ଜଣ ହେଲେ ଲେଶୁନବାହାଲି ଗ୍ରାମର କାର୍ତ୍ତୀକ ତାଣ୍ଡି, ତେନ୍ତୁଳି ଖୁଣ୍ଟି ଗ୍ରାମର ରାଜ ସିକ୍କା । ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ବିଜୁ ଅଗ୍ରୱାଲ ସୂଚନା ଦେଇଛନ୍ତି।

Leave A Reply

Your email address will not be published.