om academy

ଓଡିଶା ପ୍ରଶାସନିକ ସେବାରେ ସଇଁତଲାର ୨ ଜଣଙ୍କ ସଫଳତା, ସଇଁତଲା ଅଞ୍ଚଳରେ ଖୁସିର ଲହରୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ଓଡିଶା ପ୍ରଶାସନିକ ସେବା (୨୦୨୦) ଓସିଏସର ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ ସର୍ବମୋଟ ୩୯୨ ଜଣ ପରୀକ୍ଷାର୍ଥୀ ଉତୀର୍ଣ୍ଣ ହୋଇଥିବା ବେଳେ ୧୪୮ ଜଣ ଓଡ଼ିଆ ପାଇଛନ୍ତି । ତନ୍ମ ମଧ୍ୟରୁ ସଇଁତଲା ସହରର ଝିଅ ଐଶ୍ୱର୍ଯ୍ୟା ପୃଷେଠ୍ ମଧ୍ୟ ୫୭ ର‍୍ୟାଙ୍କରେ ରହି ସମଗ୍ର ଜିଲ୍ଲା ତଥା ସଇଁତଲା ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣି ଦେଇଛନ୍ତି । ସେ ପିଲାଟି ଦିନରୁ ମେଧାବୀ ଛାତ୍ରୀ ଥିଲେ । ଗତ ୨୦୧୦ ମସିହାରେ ସଇଁତଲା ସରସ୍ୱତୀ ବିଦ୍ୟା ମନ୍ଦିରରୁ ପ୍ରଥମ ଶ୍ରେଣୀରେ ଦଶମରେ ଉତ୍ତିର୍ଣ୍ଣ ହୋଇଥିଲେ । ଏହା ସହିତ ଗତ ୨୦୧୨ ମସିହାରେ ସୁନ୍ଦରଗଡ ସ୍ଥିତ ବିକାଶ ଜୁନିଅର କଲେଜରୁ +୨ ରେ ପ୍ରଥମ ଶ୍ରେଣୀରେ ହାସଲ କରିବା ପରେ ଗତ ୨୦୧୫ରେ ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟ ଭୁବନେଶ୍ୱରରୁ +୩ ପରେ ଗତ ୨୦୧୮ରେ ସେଣ୍ଟ୍ରାଲ ୟୁନିଭର୍ସିଟି ଅଫ ପଞ୍ଜାବରୁ ଲାଇଫ ସାଇନ୍ସରେ ଏମ୍‌ଏସ୍‌ସି ଡିଗ୍ରୀ ହାସଲ କରିଥିଲେ । ସେ ପଞ୍ଜାବରେ ଅଧ୍ୟୟନ ସମୟରେ ୟୁନିଭର୍ସିଟି ଚେସ୍‌ ଚାମ୍ପିୟନ ମଧ୍ୟ ହୋଇଥିଲେ । ଏହା ସହିତ ୨୦୧୭ – ୧୮ରେ ଛାତ୍ର ସଂସଦର ସଭାନେତ୍ରୀ ରୂପେ ନିର୍ବାଚିତ ହୋଇଥିଲେ । ୨୦୨୦ ଓସିଏସ୍‌ରେ ସଫଳତାର ଶ୍ରେୟ ସେ ନିଜ ବାପା ରାଜକୁମାର ପୃଷେଠ , ମା ସୁନିତା ପୃଷେଠ, ବଡ଼ ଭାଇ ଅଭିଷେକ ପୃଷେଠ ଓ ଗୁରୁଜୀ ଗୁରୁମାଙ୍କୁ ଦେଇଛନ୍ତି । ଜଣେ ସଫଳ, ସଚ୍ଚୋଟ ପ୍ରଶାସନିକ ଅଧିକାରୀ ଭାବେ ଲୋକସେବାରେ ନିୟୋଜିତ ହେବା ପାଇଁ ସେ ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ସେହିପରି ଲାଚୁଟ ଗ୍ରାମର ଚିନ୍ମୟ ମହାନନ୍ଦ ମଧ୍ୟ ୨୪୦ ର‍୍ୟାଙ୍କ ପାଇ ଓସିଏସ୍‌ରେ ସଫଳତା ପାଇଛନ୍ତି । ମାଆ ସରସ୍ୱତୀ ମହାନନ୍ଦ ଓ ବଡଭାଇ ମନ୍ମୟ ମହାନନ୍ଦ ଚିନ୍ମୟଙ୍କ ସଫଳତାକୁ ନେଇ ବେଶ ଖୁସି ଅନୁଭବ କରୁଥିବା ବେଳେ ଚିନ୍ମୟଙ୍କ କୃତିତ୍ୱକୁ ନେଇ ଅଞ୍ଚଳରେ ଖୁସିର ମାହୋଲ ଦେଖାଦେଇଛି । ଚିନ୍ମୟ ମଧ୍ୟ ସଇଁତଲା ସରସ୍ୱତୀ ବିଦ୍ୟା ମନ୍ଦିରରେ ଦଶମ ପରୀକ୍ଷାରେ ଉତ୍ତିର୍ଣ୍ଣ ହେବା ପରେ ରାଜେନ୍ଦ୍ର ୟୁନିଭର୍ସିଟି ବଲାଙ୍ଗିରରେ +୨ ଓ ଗଙ୍ଗାଧର ମେହେର ୟୁନିଭର୍ସିଟି, ସମ୍ବଲପୁରରେ + ୩ ଅଧ୍ୟୟନ କରିଥିଲେ । ଏହାପରେ ରେଭେନ୍ସାରୁ ପିଜି ଡିଗ୍ରୀ ହାସଲ କରିଥିଲେ । ଓଡିଶା ଖଣି ନିଗମରେ କାର୍ଯ୍ୟରତ ଥାଇ ମଧ୍ୟ ସେ ସମୟ ବାହାର କରି ଓସିଏ୍‌ସ ପାଇଁ ପ୍ରସ୍ତୁତି ଚଳାଇଥିଲେ । ଲକ୍ଷ୍ୟ ନିଷ୍ଠ ଭାବେ ପରିଶ୍ରମ କରି ଚାଲିଲେ ସଫଳତାର ଶୀର୍ଷ କେବେ ଅପହଞ୍ଚ ନୁହେଁ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ତେବେ ଏହି ସଫଳତାକୁ ନେଇ ସଇଁତଲା ଯୁବ ସରପଞ୍ଚ ସୁବ୍ରତ ନାଗ ଯାଦବ ଉଭୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.

19 − three =