pakka

ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ଜଳିଗଲା ରେଷେଇ ଘର, ଅଳ୍ପକେ ବର୍ତ୍ତିଲେ ପରିବାର

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ୟାସ ସିଲିଣ୍ଡରରେ ନିଆଁ ଲାଗି ରୋଷେଇ ଘର ଜଳିଯାଇଥିବା ବେଳେ ଅଳ୍ପକେ ପରିବାର ଲୋକେ ବର୍ତ୍ତିଥିବା ଜଣାପଡିଛି । ସ୍ଥାନୀୟ ମାଲପଡାର ରାମ ମନ୍ଦିରର ନିକଟରେ ଭଡାଘରେ ରହୁଥିବା କଳିଙ୍ଗ କିଶୋରୀ ସାହୁଙ୍କ ଘରେ ଏହି ଅଗ୍ନିକାଣ୍ଡ ଘଟିଛି । ତେବେ ନୂଆ ସିଲିଣ୍ଡର ସଂଯୋଗ କରି ତାଙ୍କ ପତ୍ନୀ ଲାଇଟର ମାରିବା ପରେ ହଠାତ୍‌ ନିଆଁ ହୁତୁହୁତୁ ହୋଇ ଜଳି ଉଠିଥିଲା ଓ ରୋଷେଇ ଘରେ ନିଆଁ ଲାଗି ଯାଇଥିଲା । ଭୟଭୀତ ହୋଇ ପରିବାର ଲୋକେ ଘରୁ ବାହାରକୁ ଧାଇଁ ପଳାଇ ଆସିଥିଲେ । ପାଖଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଅଗ୍ନିଶମ ବିଭାଗର ନିଆଁଲିଭା ଗାଡି ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା । ନୂଆ ଗ୍ୟାସ ସିଲିଣ୍ଡରରେ କୌଣସି ତୃଟି ଯୋଗୁଁ ଏଭଳି ଅଗ୍ନିକାଣ୍ଡ ଘଟିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

five × two =