mahavir

ବରଗଡ଼ରେ ବଡ଼ ଧରଣର ଲାଇବ୍ରେରୀ ନିର୍ମାଣ ପାଇଁ ଦାବି କଲା ଛାତ୍ର କଂଗ୍ରେସ

ବରଗଡ, (ମୁନ୍ନା ସାହୁ) : ବରଗଡ଼ରେ ବଡ଼ ଧରଣର ଲାଇବ୍ରେରୀ ନିର୍ମାଣ ପାଇଁ ଦାବି କଲା ଛାତ୍ର କଂଗ୍ରେସ । ଧୀରେ ଧୀରେ ବରଗଡ଼ ସହର ଶିକ୍ଷା ଏବେ ହବ ପାଲଟୁ ଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ବଡ଼ ଧରଣର ଲାଇବ୍ରେରୀ ନିର୍ମାଣ କରାଯାଉ ବୋଲି ଜିଲ୍ଲାପ୍ରଶାସନକୁ ଦାବି ଜଣାଇଛନ୍ତି ରାଜ୍ୟ ଛାତ୍ର କଂଗ୍ରେସ ଉପସଭାପତି ଗୌରବ ପତି ଆଜାଦ । ବୁଧବାର ବରଗଡ଼ ଜିଲ୍ଲାପାଳ କାର୍ଯ୍ୟଳୟରେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରି ଛାତ୍ରଛାତ୍ରୀଙ୍କ ପାଇଁ ଏକ ଲାଇବ୍ରେରୀ ନିର୍ମାଣ ସହ ଇଣ୍ଟରନେଟ ବ୍ୟବସ୍ଥା, ସମସ୍ତ ବହି ଉପଲବ୍ଦ କରିବା ଓ ପାନୀୟ ଜଳ ବ୍ୟବସ୍ଥା ପାଇଁ ଦାବି କରାଯାଇଛି । ଜିଲ୍ଲାରେ ଅନେକ ହେଣ୍ଡିକେପ୍ଟ ଛାତ୍ରଛାତ୍ରୀ ମଧ୍ୟ ରହିଥିବା ବେଳେ ତାଙ୍କ ସୁବିଧା ପାଇଁ ଗ୍ରାଉଣ୍ଡ ଫ୍ଲୋରରେ ଲାଇବ୍ରେରୀ ନିର୍ମାଣ ପାଇଁ ଦାବି କରାଯାଇଛି । ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗେଟ ନିର୍ମାଣ କରୁଥିବା ବେଳେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ଏକ ବଡ଼ ଧରଣର ଲାଇବ୍ରେରୀ ନିର୍ମାଣ କରୁ ବୋଲି ଦାବି ହୋଇଛି । ବରଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଲାଇବ୍ରେରୀ ପୂର୍ବରୁ ରହିଥିବା ବେଳେ ଅନେକ ସମସ୍ୟା ରହିଥିବା ଅଭିଯୋଗ ହୋଇଛି । ତେବେ ଧୀରେ ଧୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସରକାର ଓ ପ୍ରଶାସନ ଏହି ଦିଗରେ ଧ୍ୟାନ ଦେବା ଜରୁରୀ ହୋଇପଡିଛି ବୋଲି ଆଜାଦ ଜଣାଇଛନ୍ତି ।

Leave A Reply

Your email address will not be published.