ଜିଲ୍ଲା ଓବିସି ମଂଚ ସଭାରେ ପଂଚାୟତିରାଜ ନିର୍ବାଚନ ପ୍ରସଙ୍ଗ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଇତି ମଧ୍ୟରେ ଜିଲ୍ଲା ଓବିସି ମଂଚ ବଲାଙ୍ଗିରର ଏକ ବୈଠକ ମଧୁବୈଶ୍ୟ ସମାଜ ସଭାପତି ମନୋରଂଜନ ସାହୁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓବିସି ମଂଚ ସଭାକକ୍ଷରେ ବସି ଓବିସି ଜାତି ଜନଗଣନା ଓ ପଂଚାୟତିରାଜ ନିର୍ବାଚନ ପ୍ରସଙ୍ଗରେ ଆଲୋଚନା ହୋଇଛି । କେନ୍ଦ୍ର ସରକାର ଓବିସି ଜାତି ଜନ ଗଣନାକୁ ବିରୋଧ କରିଛନ୍ତି ଓ ରାଜ୍ୟ ସରକାର ଏହା ଉପରେ କୌଣସି ବିଧିବଦ୍ଧ ପଦକ୍ଷେପ ଏ ଯାଏଁ ନେଇ ନାହାନ୍ତି । ଏଣୁ ସଭାରେ କ୍ଷୋଭ ପ୍ରକାଶ ପାଇଥିଲା । ସଭାରେ ଉପସ୍ଥିତ ଯତି ପ୍ରଧାନଙ୍କ ଏକ ପ୍ରସ୍ତାବ ପଂଚାୟତିରାଜ ନିର୍ବାଚନରେ ଓବିସି ସଂରକ୍ଷଣକୁ ବାତିଲ କରି ସରକାର ଓବିସି ବିରୋଧୀ କାର୍ଯ୍ୟ କରୁଛନ୍ତି । ଏଣୁ ଏହା ଉପରେ ମଂଚ ତରଫରୁ ଆନ୍ଦୋଳାତ୍ମକ ପଦକ୍ଷେପ ନିଆଯାଉ । ଏହି ସଭାରେ ଏହାର ଉପରେ ଆଲୋଚନା କରାଗଲା ଓ ଆଗାମୀ ୫ ଜାନୁୟାରୀ ଦିନ ପଂଚାୟତ ନିର୍ବାଚନରେ ଓବିସି ସଂରକ୍ଷଣ ବାତିଲ ବିରୋଧରେ ଜିଲ୍ଲାପାଳ ବଲାଙ୍ଗିର କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବାକୁ ଓ ସଂରକ୍ଷଣ କାଏମ ନ ହେବା ଯାଏଁ ନିର୍ବାଚନ ବାତିଲ ଦାବୀରେ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ଦେବାକୁ ସିଦ୍ଧାନ୍ତ ହୋଇଛି । ଉକ୍ତ ବିକ୍ଷୋଭ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଓବିସି ଭାଇ ଭଉଣୀମାନେ ଯୋଗଦେବାକୁ ସଭା ପକ୍ଷରୁ ଆହ୍ୱାନ କରାଯାଇଛି । ଏହି ଅବସରରେ ଜିଲ୍ଲା ଓବିସି ମଂଚର ସଂପାଦକ ପ୍ରଦେଶି ବିଶ୍ୱାଳ, ଦିଲ୍ଲିପ ସାହୁ, ଲେକୃ ପଟେଲ, ଯତି ପଧାନ, ସୁମନ୍ତ ମେହେର, ଅରୁଣ ସିଂ ନାଗ, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଲ, ଫିରୋଜ ସାହୁ, ଗୁଲାବ ବାଗ, ପ୍ରଦୀପ ସାହୁ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

one × two =