om academy

ଖଦ୍ୟୋତ ତରଫରୁ ନୈତିକ ଶିକ୍ଷା ଉପରେ ଆଲୋଚନା ଚକ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ଅନୁଷ୍ଠାନ ତରଫରୁ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ରେଡକ୍ରସ ସାଧନା କର୍ମୀ ରବିଚନ୍ଦ୍ର ପଶାୟତ, ସମ୍ବାଦିକ ଆକୁଳ ବେହେରା ମଂଚାସୀନ ଥିଲେ । ସଭାପତି ପ୍ରଫେସର ମିଶ୍ର ତାଙ୍କ ଅଭିଭାଷଣରେ କହିଥିଲେ ଯେ, ବର୍ତ୍ତମାନ ଯୁଗର ଶିକ୍ଷା ପଦ୍ଧତି ଭାରତୀୟ ସଂସ୍କୃତି ଐତିହ୍ୟର ମାନଚିତ୍ରକୁ ବୃଦ୍ଧି କରିବା ପାଇଁ ନୈତିକ ଶିକ୍ଷା ଓ ଯୋଗର ଆବଶ୍ୟକତା ରହିଛି । ଉପସଭାପତି ରବି ଚନ୍ଦ୍ର ପଶାୟତ ଛାତ୍ର ଛାତ୍ରୀଙ୍କ ଡିଜିଟାଲ ପାଠପଢା ଯେତେ ଉନ୍ନତି ରହିଲେ ମଧ୍ୟ ମାନସିକ ଓ ଶାରିରୀକ ସ୍ଥିରତା ନିମନ୍ତେ ଯୋଗଧ୍ୟାନ ଗୁରୁଜନଙ୍କ ପ୍ରେରଣା ନିହାତି ଆବଶ୍ୟକ । ସଂପାଦକ ଆକୁଳ ବେହେର ତାଙ୍କ ଅଭିଭାଷଣରେ ପିତାମାତଙ୍କ ଯତ୍ନ ନେବା ସହିତ ଉପଯୁକ୍ତ ସେବା ଯୋଗଇବା ପିଲାମାନେ ବ୍ରତି ହେବା ଉଚିତ୍‌ । ଏହି କାର୍ଯ୍ୟକ୍ରମରେ ଅଭିଭାବକ ସହ ଛାତ୍ର ଛାତ୍ରୀମାନେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶିକ୍ଷକ ଅଜିତ କୁମାର ପଣ୍ଡା, ପରିବେଶବିତ ନିଳମଣି ବଶ୍ୱାଲ, ଆଶିଷ ଦାସ, ନୃସିଂହ ବଗର୍ତ୍ତି, ରମାକାନ୍ତ ମିଶ୍ର, ଉମାକାନ୍ତ ନାଥ, ଆସିଷ କୁମାର ପଣ୍ଡା ସହଯୋଗ କରିଥିଲେ । ଶେଷରେ ରାଜେଶ କୁମାର ପାଣିଗ୍ରାହୀ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

sixteen + 4 =