oom

ବିଜେଡିର ପଂଚାୟତ ନିର୍ବାଚନ ବିଗୁଲ : ତୁରେକେଲା ବ୍ଲକ ଜୋନ ୧୦ରୁ ହେଲା ପ୍ରଚାର

jsmm

କଂଟାବାଂଜି, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଜୋନ ନଂ. ୧୦ର ଲର୍କି ଗ୍ରାମରୁ କଂଟାବାଂଜି ବିଜେଡିର ତ୍ରିସ୍ତରୀୟ ପଂଚାୟତ ନିର୍ବାଚନୀର ବିଗୁଲ ବୁଧବାରଠାରୁ ଆରମ୍ଭ ହୋଇଛି । ଏହି ନିର୍ବାଚନୀ ପ୍ରଚାରରେ କଂଟାବାଂଜି ବିଧାନସଭା ନିର୍ବାଚନ ମଣ୍ଡଳୀର ତୁରେକେଲା ବ୍ଲକ ଅଧିନସ୍ଥ ତୁରେକେଲା, ଢୋଲମାନ୍ଦଲ, ବଡବାଙ୍କି, ମହଖଣ୍ଡ, କନ୍ଦେଇ, ଘୁନେଶ, ବଡଡକଲା, ମହୁଲପାଟି, ହଲନଭଟା ସହ ଝରଣି ପଂଚାୟତର ବିଜେଡି କର୍ମୀ ସାମିଲ ଥିଲେ । ଏହି ବିଜେଡି କର୍ମୀ ସମ୍ମିଳନିରେ ବିଭିନ୍ନ ପଂଚାୟତର ଶତାଧିକ ବିଜେଡି ଦଳରେ ସାମିଲ ହୋଇଥିଲେ । ପଂଚାୟତ ନିର୍ବାଚନୀ ସଭା ସହ ମିଶ୍ରଣ ପର୍ବରେ ବିଜେଡି ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାନଙ୍କ ନେତୃତ୍ୱରେ ଅନୁଷ୍ଠିତ ସଭାରେ କଂଟାବାଂଜି ନଗର ସଭାପତି ଜଗନ୍ନାଥ ରାଓ, ତୁରେକେଲା ବ୍ଲକ କାର୍ଯ୍ୟକାରୀ ସଭାପତି ପ୍ରମୋଦ କୁମାର ମହାପାତ୍ର, ଯୁବ କାର୍ଯ୍ୟକାରୀ ସଭାପତି ଉତର ପନିକା, ଅଂଚଳର ବିଜେଡି ନେତା ଦେର୍ବାଚନ ମେହେର, ଉପେନ୍ଦ୍ର ମେହେର, ହେମପତୀ ଛତ୍ରିଆ ରାମସିଂ ବରିହା, ବାହାଦୁର ବେହେରା, ହଜାରୁ ନିଆଲ, ଖୁସିରାମ ନାଏକ, ସଂଜିବ ସାହୁ, ଇଂଦ୍ରାଧିକାରୀ ମେହେର ମଂଚାସୀନ ଥିଲେ । ଆଗାମୀ ପଂଚାୟତ ନିର୍ବାଚନୀର ସମସ୍ତ ବିଜେଡି କର୍ମୀ ଦଳ ପାଇଁ ଏକାଠି ମିଶି କାମ କରିବା ଆହ୍ୱାନ ଦେଇ ଦଳର ମିଶ୍ରଣ ପର୍ବରେ ସାମିଲ ଥିବା କର୍ମୀମାନେ ଏକଜୁଟ କାମ କରିବା ପାଇଁ ସାଧାରଣ ସଂପାଦକ ଖାନ ନିବେଦନ କରିଥିଲେ ।

jittmm
Leave A Reply

Your email address will not be published.