ସରିଲା ନାମାଙ୍କନ ପତ୍ର ଦାଖଲ : ଆଜି ପ୍ରାର୍ଥୀପତ୍ର ଯାଞ୍ଚ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଧାମନଗର ଉପନିର୍ବାଚନ ପାଇଁ ରାଜନୀତି ଏବେ ସରଗରମ ରହିଛି । ଶୁକ୍ରବାର ନାମାଙ୍କନ ଦାଖଲର ଶେଷ ତାରିଖ ଥିବା ବେଳେ ୩ ପ୍ରମୁଖ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପ୍ରାର୍ଥୀ ନିଜ ନିଜର ନାମାଙ୍କନ ପତ୍ର ଦାଖଲ କରି ସାରିଥିବା ବେଳେ ଆଜି ପ୍ରାର୍ଥୀପତ୍ର ଯାଞ୍ଚ ସହ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ।

ବିଜେଡିରୁ ପ୍ରାର୍ଥୀ ଭାବେ ଅବନ୍ତୀ ଦାସ ନାମାଙ୍କନ ଦାଖଲ କରିଛନ୍ତି । ଭାଜପାରୁ ସୂର୍ୟ୍ୟବଂଶୀ ସୂରଜ ଏବଂ କଂଗ୍ରେସରୁ ବାବା ହରେକୃଷ୍ଣ ସେଠୀ ନାମାଙ୍କନ ଦାଖଲ କରିଥିବା ବେଳେ ସ୍ୱାଧୀନ ଭାବେ ରାଜେନ୍ଦ୍ର ଦାସ ନାମାଙ୍କନ ଭରିଛନ୍ତି ।

Leave A Reply

Your email address will not be published.

five + eighteen =