om academy

ପଖନମୁଣ୍ଡା ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଓ ବିଦ୍ୟାର୍ଥୀ ଦିବସ ପାଳିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ ମାନ୍ଦଲା କ୍ଲଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିଶ୍ୱ ହାତ ଧୁଆ ଦିବସ ଓ ବିଶ୍ୱ ବିଦ୍ୟାର୍ଥୀ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ଜୁନିୟର ରେଡକ୍ରସ୍‌ ପରାମର୍ଶ ଦାତା ବିରଂଚି ନାରାୟଣ ଦାଶଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ସଭାରେ କୈବଲ୍ୟ ମାଝୀ, ସଭାପତି ବିଦ୍ୟାଳୟ ପରିଚାଳନା କମିଟି, ସଭ୍ୟ ମଙ୍ଗଳା ଭୋଇ, ଶିକ୍ଷକ ମନୋଜ କୁମାର ତାଣ୍ଡି ଓ ଶ୍ରୀ ବିଶେଶ୍ୱର ମୁଦୁଲି ଉପସ୍ଥିତ ଥିଲେ ।ସର୍ବ ପ୍ରଥମେ ଶ୍ରୀ ଦାଶ ସଭାର ଉଦ୍ଦେଶ୍ୟ ଜ୍ଞାପନ ଓ ଅତିଥି ପରିଚୟ କରିଥିଲେ । ଛାତ୍ରଛାତ୍ରୀମାନେ ଅତିଥିମାନଙ୍କୁ ପୁଷ୍ପଗଚ୍ଛ ଦେଇ ସ୍ୱାଗତ କରିଥିଲେ । ପ୍ରାକ୍ତନ ରାଷ୍ଟ୍ରପତି ଏପିଜେ ଅବଦୁଲ କାଲାମଙ୍କ ଜନ୍ମ ଜୟନ୍ତୀ ତଥା ବିଶ୍ୱ ବିଦ୍ୟାର୍ଥୀ ଦିବସ ଅବସରରେ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରାଯାଇଥିଲା । ତା’ପରେ ଛାତ୍ରୀମାନେ ସଂଗୀତ ପରିବେଷଣ କରିଥିଲେ । ଶ୍ରୀ ଦାଶ କାଲାମଙ୍କ ବିଷୟରେ ଆଲୋକପାତ କରିଥିଲେ । ତା’ପରେ ଆଜିର ଦିନକୁ ବିଶ୍ୱ ହାତ ଧୁଆ ଦିବସ ରୂପେ ପାଳନ କରାଯାଉଥିବାରୁ ତାର ମହତ୍ତ୍ଵ ବର୍ଣ୍ଣନା କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ହାତ ଧୋଇବାର ସୋପାନ ବତାଇବା ସହିତ ସମସ୍ତେ ମିଶି ହାତ ଧୋଇଥିଲେ ।

Leave A Reply

Your email address will not be published.

12 − 1 =