ମା’ ଭଗବତୀ ପୀଠରେ ଅଷ୍ଟପ୍ରହର ନାମଯଜ୍ଞ : ମହାନ ପୌରାଣିକ ନାଟକ ‘ଆସ ଦେଖିଯିବା ଧନୁ ଯାତରା’ ମଂଚସ୍ଥ

ଡେଲାଙ୍ଗ, (ଦିଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅର୍ନ୍ତଗତ କଲ୍ୟାଣପୁର ଗ୍ରାମ ପଂଚାୟତ ବାଲିହୁଙ୍କା ଗ୍ରାମର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠସ୍ଥଳୀରେ ଅଷ୍ଟପ୍ରହର ଓ ନାମଯଜ୍ଞ ମହାସମାରୋହ ବୁଧବାର ଅନୁଷ୍ଟିତ ହୋଇଯାଇଛି । ପୂଜକ ପଦ୍ମଚରଣ ଦାସ ଏହାର ମୁଖ୍ୟ ପୁରୋହିତ ଥିଲେ । ବିଶ୍ୱର କଲ୍ୟାଣ ଓ ଶାନ୍ତି ପାଇଁ ଉଦ୍ଧିଷ୍ଟ ଏହି ଅଷ୍ଟପ୍ରହର ଓ ନାମଯଜ୍ଞରେ ପ୍ରତ୍ୟହ ନୀତିକାନ୍ତି, ପୂଜାର୍ଚ୍ଚନା, ନଦିଆ ସଂର୍କୀତନ, ହରିହାଟ କୀର୍ତନରେ ନଗର ପରିଭ୍ରମଣ, ଦ୍ୱାଦଶ ଗୋପଳ ସହ ଦଧି ବିକ୍ରୟ, ସଂଧ୍ୟାରେ ଗ୍ରାମର ଯୁବ ଓ ଶିଶୁ କଳାକାରମାନଙ୍କୁ ନେଇ ମହାନ ପୌରାଣିକ ନାଟକ ‘ଆସ ଦେଖିଯିବା ଧନୁ ଯାତରା’ ମଂଚସ୍ଥ ହୋଇଥିଲା, ଯାହା ଭକ୍ତଗଣଙ୍କୁ କୃଷ୍ଣ ପ୍ରେମରେ ରସାଣିତ କରିଥିଲା । ଏଥି ସହିତ ସମଗ୍ର ଅଂଚଳରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ବହୁ ଭକ୍ତ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା । ଆସନ୍ତା କାଲି ଶୁକ୍ର୍ରବାର ଦଧିଭାଣ୍ଡ ଭଙ୍ଗନ ଓ ଯମୁନା ଯାତ୍ର୍ରା ସହ ପୂର୍ଣ୍ଣାହୂତି ପର୍ବ ପାଳନ ହେବ ।

Leave A Reply

Your email address will not be published.