pr

ନଳ କୂଅ ମରାମତି ପାଇଁ ସାଧାରଣରେ ଦାବୀ

dr. purohit

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି ବସଷ୍ଟାଣ୍ଡ (ପପଂଗା ରୋଡ)ର ନଳ କୂଅ ଅଚଳ ହୋଇଯାଇଛି । ଆଖପାଖରେ ଏକ ମାତ୍ର ନଳ ରହିଛି । ବର୍ତମାନ ଖରା ଦିନ ହେଉ ଥିବାରୁ ପାନୀୟ ଜଳର ଅଭାବ ରହିଥାଏ । ଏହି ନଳ କୂଅ ପାଣି ପାଇଁ  ବୃଦ୍ଧ, ବୃଦ୍ଧା, ଶିଶୁ, ବସକୁ ଅପେକ୍ଷା କରି ଥିବା ସାଧାରଣ ଯାତ୍ରୀ, ବିଶେଷ ଭାବରେ କରୋନା ମହାମାରୀ ପାଇଁ ସଟଡାଉନ ଚାଲିଥିବାରୁ, ପାନୀୟ ଜଳର ଅସୁବିଧାର ସ‌ମ୍ମୁଖୀନ ହେବାର ଦେଖିବାକୁ ମିଳୁଛି। ଏହି ନଳ କୂଅ ମରାମତି କରି କାର୍ୟ୍ୟକ୍ଷମ କରିବାକୁ ଆର ଡବ୍ଲ୍ୟୁ ଏସ ଏସ, ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଓ ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।

nrusinghnath
Leave A Reply

Your email address will not be published.