csstore

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : କାର୍‌ ବାଇକ୍‌ ମୁହାଁମୁହିିଁ ଧ‌କ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଛତିଶଗଡ ବସନା ପଟରୁ ଏକ ବାଇକ୍‌ରେ ଦୁଇ ଜଣ ଆସୁଥିବା ସମୟରେରେ ପଦ୍ମପୁର ରାସ୍ତା ବଗେଇଜୁରୀ ଛକ ଠାରେ ବିପରୀତ ଆଡୁ ଆସୁଥିବା ଏକ ସେଣ୍ଟ୍ରୋ କାର୍‌ରେ ମୁହାଁମୁହିଁ ଧକ୍କାରେ ଦୁଇ ଜଣ ବାଇକ ଆରୋହୀ ଗୁରୁତର ହୋଇଛନ୍ତି କ୍ଷ ବାରମ୍ୱାର ୧୦୮କୁ କଲ କଲେ ମଧ୍ୟ ଆମ୍ବୁଲାନ୍ସ ଆସି ନଥିଲା । ହେଲେ ଅସହାୟଙ୍କୁ ଦଇବ ସାହା ଭଳି ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ୟ୍ୟରତ ଡାକ୍ତର ସୁଦୀପ୍ତ ସାହୁ ଡିଉଟିରୁ ନିଜ ଘରକୁ ପ୍ରତ୍ୟାବର୍ତ୍ତନ ସମୟରେ ଅସହାୟ ଅବସ୍ଥାରେ ରକ୍ତଜୁଡବୁଡ଼ ଅବସ୍ଥାରେ ପଡ଼ି ରହିଥିବା ବାଇକ ଆରୋହୀ କ୍ଷେତ୍ର କୁମ୍ଭାର ପଦ୍ମପୁର ନିକଟସ୍ଥ ବରିକେଲର ହୋଇଥିବା ବେଳେ ହୃଦାନନ୍ଦ ବାଗ ବଡମାଲର ଦୁହିଁଙ୍କୁ ନିଜ ଚାରି ଚକିଆ ଯାନ ସାହାଯ୍ୟରେ ପଦ୍ମପୁର ସରକାରୀ ଡାକ୍ତରଖାନାକୁ ନେଇ ଚିକିତ୍ସିତ କରାଇଥିଲେ ।

ଏ ଘଡିସନ୍ଧି ମୂହୂର୍ତରେ ସରାଇକେଲା ସରପଂଚ ଏବଂ ଡ୍ରାଇଭର ସୁରେଶ ସେଠ ଡାକ୍ତରଙ୍କୁ ଉଠାଚଢା କରିବାରେ ସାହାଯ୍ୟ କରିଥିଲେ । ସୂଚନାଯୋଗ୍ୟ ଏହି କି ସେଣ୍ଟ୍ରୋ କାର ପଦ୍ମପୁର ପଟୁ ଏକ ଗର୍ଭବତୀ ମହିଳାଙ୍କୁ ଆଶା ଦିଦି ଧରି ଫେରୁଥିବା ସମୟରେ ଏହି ସଡକ ଦୁର୍ଘଟଣା ଘଟିଛି ।

jayashree
Leave A Reply

Your email address will not be published.