ନଡ଼ିଆ ଗଛରୁ ଖସିପଡ଼ି ଛାତ୍ରଙ୍କ ମୃତ୍ୟୁ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଧୀନ ଅଲୋଡ଼ା ସ୍ଥିତ ବିଜୟାନନ୍ଦ ବିଦ୍ୟାଳୟ ଅଧୀନ ଛାତ୍ରାବାସରେ ରବିବାର ଏକ ଅଘଟଣ ଘଟିଛି । ନଡ଼ିଆ ଗଛରୁ ପଡ଼ି ଜଣେ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ସେ ହେଲେ ଅଷ୍ଟମ ଶ୍ରେଣୀ ଛାତ୍ର ଆବିଆଲ କାର୍ଜୀ । ମିଳିଥିବା ସୂଚନା ଅନୁସାରେ, ଆବିଆଲ ଉକ୍ତ ଛାତ୍ରାବାସରେ ରହି ପଢ଼ୁଥିଲେ । ହେଲେ ରବିବାର ଅପରାହ୍ନରେ ଛାତ୍ରାବାସ ପରିସର ଏକ ନଡ଼ିଆ ଗଛରେ ଚଢ଼ିଥିବା ବେଳେ ଖସିପଡ଼ି ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଗୁଣପୁର ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କାଶୀନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଥିବା ଥାନା ଅଧିକାରୀ ସୁଶାନ୍ତ ସାହୁ କହିଛନ୍ତି ।

Leave A Reply

Your email address will not be published.

one × one =

error: Content is protected !!