om academy

ଦନ୍ତା ଆକ୍ରମଣରେ ଗଜ ସାଥୀଙ୍କ ମୃତ୍ୟୁ

jsm

କେନ୍ଦୁଝର : ଚମ୍ପୁଆ ଥାନା ଅନ୍ତର୍ଗତ ଚମ୍ପୁଆ ସେକ୍ସନର କାଳିକା ପ୍ରସାଦ ବିଟ୍‌ ଅଧିନସ୍ଥ ମିରିଗିସିଙ୍ଗା ଜଙ୍ଗଲରେ ହାତୀ ଟ୍ରାକିଂ କାମରେ ଯାଇଥିବା ବେଳେ ବୁଧବାର ଅପରାହ୍ନରେ ଏକ ଦନ୍ତା ଆକ୍ରମଣରେ ଜଣେ ଗଜ ସାଥୀଙ୍କ ମୃତ୍ୟୁ ଘଟିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଚମ୍ପୁଆ ଡାକ୍ତରଖାନା ଓ ପରେ କେନ୍ଦୁଝର ଜିଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକଙ୍କ ନାମ ସଞ୍ଜୟ ମୁଣ୍ଡା (୨୦) ବୋଲି ଜଣାପଡ଼ିଛି । ତାଙ୍କ ଘର ସ୍ଥାନୀୟ ମିରିଗିସିଙ୍ଗା ଗ୍ରାମରେ ବୋଲି ଜଣାପଡ଼ିଛି । ଉକ୍ତ ହାତୀପଲରେ ୧୦ଟି ହାତୀ ଥିଲେ । ତେବେ ସେ ଅନ୍ୟ ୫ ଜଣଙ୍କ ସହିତ ଯାଇଥିବା ବେଳେ ଦନ୍ତା ହାତୀଟି ହଠାତ୍‌ ଆକ୍ରମଣ କରି ଛାତିରେ ଦଳି ଦେଇଥିଲା ।

Leave A Reply

Your email address will not be published.