pakka

ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀର ମୃତ୍ୟୁ

bbehera

ନିରାକାରପୁର : ବିଦ୍ୟୁତ୍‌ ଆଘାତରେ ଦନ୍ତା ହାତୀର ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଧୀନସ୍ଥ ଗୋଲାବାଇ ଛକ ନିକଟରେ ବିଦ୍ୟୁତ୍‌ ଆଘାତରେ ଏକ ଦନ୍ତା ହାତୀର ମୃତ୍ୟୁ ଘଟିଛି । ହାତୀଟି କିଛି ଦିନ ହେଲା ଉକ୍ତ ଅଞ୍ଚଳକୁ ଆସି ଆତଙ୍କ ଖେଳାଉଥିଲା । ହେଲେ ରବିବାର ରାତିରେ ହାତୀଟି ଗୋଲାବାଇ ଆଡୁ ଆସି ମୁଣ୍ଡାଆମ୍ବ ମୌଜାରେ ପଶୁଥିବା ବେଳେ ଜଙ୍ଗଲ ନିକଟରେ ମୁକୁଳା ହୋଇ ପଡିଥିବା ଟ୍ରାନ୍ସଫର୍ମରେ ଲାଗି ଯାଇଥିଲା ଫଳରେ ହାତୀଟିର ମୃତ୍ୟୁ ଘଟିଛି । ଖବରପାଇ ବନ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଏକ ଜେସିବି ସାହାଯ୍ୟରେ ଉଦ୍ଧାର କରି ଏକ ହାଇୱାରେ ବଡପୋଖରିଆ ଛକ ନିକଟରେ ଥିବା ବାଉତି ଠାକୁରାଣୀଙ୍କ ମନ୍ଦିର ନିକଟସ୍ଥ ପାହାଡ଼ ତଳେ ପୋତି ଦିଆଯାଇଥିବା ଜଣାପଡିଛି ।

jay balangir
Leave A Reply

Your email address will not be published.

five + eleven =

error: Content is protected !!