pakka

ନିର୍ମାଣାଧିନ ପାଇଖାନା ଟାଙ୍କିରେ ଯୁବକଙ୍କ ମୃତ୍ୟୁ

bbehera

ଟିଟିଲାଗଡ଼, (ଗୌରବ ଦର୍ଜୀ) : ସହରର ହିନ୍ଦୀ ହାଇସ୍କୁଲ ଛକ ନିକଟରେ ନିର୍ମାଣାଧିନ ପାଇଖାନା ଟାଙ୍କିରେ ପଶି ଶ୍ୱାସରୁଦ୍ଧ ହୋଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଯୁବକ ଗୁରୁତର ହୋଇ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସୂଚନାମତେ ସ୍ଥାନୀୟ ହିନ୍ଦୀ ହାଇ ସ୍କୁଲ ନିକଟରେ ରହିଥିବା ଲୀଳାବତ ରତେଇଙ୍କ ଘରେ ପାଇଖାନା ଟାଙ୍କି ନିର୍ମାଣାଧିନ ମିସ୍ତ୍ରୀ ଟଙ୍କ ବାଗ, ଘର ମାଲିକ ଲୀଳାବତ ରତେଇ ଓ ସହଯୋଗୀ ହେମରାଜ ବିଶ୍ୱାଳ ତିନି ଜଣ ଛାତ ଖୋଲିବା ପାଇ ଟାଙ୍କି ଭିତରକୁ ପଶିଥିଲେ । ତେବେ ଟାଙ୍କି ଭିତରେ ପଶିଥିବା ୩ଜଣ ଜଣେ ପରେ ଜଣେ ତଳେ ପଡ଼ିଯାଇଥିବା ଦେଖିଥିଲେ । ବାହାରେ ରହି ଟାଙ୍କି ଭିତରକୁ ଦେଖୁଥିବା ସ୍ଥାନୀୟ ଯୁବକ ମାନେ ଏହା ଦେଖି ତିନି ଜଣଙ୍କୁ ଉଦ୍ଧାର କରି ପୁଲିସ ଓ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ପୁଲିସ ଏସ୍‌ଆଇ ମୋହିନୀ ମଲ୍ଲିକ ସଦଳବଳ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ତିନିଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାକୁ ପହଞ୍ଚାଇଥିଲେ । ତେବେ ଟଙ୍କ ବାଗକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ହେମରାଜ ବିଶ୍ୱାଳ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି ଓ ଗୃହ ମାଳିକ ସୁସ୍ଥ ହୋଇ ଘରକୁ ଫେରିଯାଇଥିବା ଜଣାପଡିଛି । ମୃତ ବ୍ୟକ୍ତିଙ୍କ ଶବକୁ ପୁଲିସ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରୀ ରଖିବା ସହ ଆସନ୍ତାକାଲି ଶବ ବ୍ୟବଚ୍ଛେଦ ପରେ ଶବ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି ।

jay balangir
Leave A Reply

Your email address will not be published.

five × 3 =

error: Content is protected !!