
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୧୧ ନଂ ୱାର୍ଡର ଗଲିଆଡଙ୍ଗର ପାହାଡ଼ ଉପର ଜଙ୍ଗଲରୁ ଝୁଲନ୍ତା ମୃତଦେହ ରବିବାର ଠାବ କରିଛି ବାଲିଗୁଡା ପୋଲିସ । ଘଟଣାରୁ ପ୍ରକାଶ ଯେ, ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ବାଲିଗୁଡ଼ା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଗୋଟିଏ ଗଛ ଉପରୁ ଅଜଣା ଗଳିତ ଝୁଲନ୍ତା ମୃତଦେହ ଜବତ କରି ଘଟଣାର ଅଧିକ ତଦନ୍ତ କରୁଥିବା ଜଣାପଡିଛି । ହେଲେ ଏ ପର୍ଯ୍ୟନ୍ତ ମୃତ ଶରୀର କୌଣସି ପରିଚୟ ମିଳି ପାରି ନଥିବା ବେଳେ ବାଲିଗୁଡ଼ା ଥାନା ପୋଲିସ ପକ୍ଷରୁ କେଶ ନଂ.୨୬/ ୨୦୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି କିଭଳି କେଉଁ ପରିସ୍ଥିତିରେ ଘଟଣା ଘଟିଛି ସେନେଇ ଅଧିକ ତଦନ୍ତ କରୁଥିବା ବିଷୟ ପୋଲିସ ପ୍ରକାଶ କରିଛି ।