
ଜୟପାଟଣା, (ଶେଷଦେବ ବେହେରା) : ଜଙ୍ଗଲ ବିନଷ୍ଟ ହୋଇ ଚାଲିଥିବା ବେଳେ ଅନେକ ବନ୍ୟ ପ୍ରାଣୀ ଗାଁ ଭିତରକୁ ପଶି ଆସୁଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ଜୟପାଟଣା ବ୍ଲକ ଅନ୍ତର୍ଗତ ଧନସୁଲି ପଞ୍ଚାୟତ ଅନ୍ତର୍ଗତ ପଣ୍ଡି ଗ୍ରାମର ଜଣେ ଚାଷୀ ଜମିକୁ ଯାଇଥିବା ବେଳେ ସେଠାର ଏକ ବିରଳ ବଜ୍ରକାପ୍ତା ଜମିରେ ବୁଲୁଥିବାର ଦେଖିଥିଲେ । ବିରଳ ପ୍ରାଣୀକୁ ଦେଖି ଘରକୁ ନେଇଆସିଥିଲେ । ପରେ କିଛି ଲୋକଙ୍କ ଆଲୋଚନା ପରେ ତାକୁ ଅନ୍ୟତ୍ର ବିକ୍ରି କରିବା ପାଇଁ ଯୋଜନା କରୁଥିବା ବେଳେ ବନବିଭାଗ ଚଢ଼ାଉ କରି ବଜ୍ରକପ୍ତାକୁ ଉଦ୍ଧାର କରିବା ସହିତ ସଂପୃକ୍ତ କିଛି ଲୋକଙ୍କୁ ଅଟକ ରଖିଥିଲେ । ଏ ସଂପର୍କରେ ଏସିଏଫ୍ ପ୍ରଫୁଲ୍ଲ କୁମାର ଧରୁଆଙ୍କୁ ପଚାରିବାରୁ ସୁଚନା ଦେବାକୁ ମନା କରିବା ସହିତ ତଦନ୍ତ ପରେ ସବିଶେଷ ବିବରଣୀ ଦିଆଯିବ ବୋଲି ପ୍ରକାଶ କରିଥିଲେ । ବଜ୍ରକାପ୍ତାର ଶରୀରରେ କୌଣସି କ୍ଷତ ଅଛିକି ନାହିଁ ଜାଣିବା ପାଇଁ ଜୟପାଟଣା ପ୍ରାଣୀ ଚିକିତ୍ସକଙ୍କ ସାହାଯ୍ୟ ନିଆଯାଇଥିବା ସୁଚନା ମିଳିଛି ।