jayashree

ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭାର ‘ନୂଆଖାଇ ଭେଟଘାଟ’ର ପ୍ରସ୍ତୁତି ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ସ୍ଥିତ ବୁଢାଦେଓ ମଣ୍ଡପରେ ସଭାପତି ଗଜରାଜ ସିଂ ପୁଟାଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଓ ବରଗଡ ଜିଲ୍ଲାର ନୂତନ କମିଟିର ଶପଥ ପାଠ ସମାରୋହ ଅନୁଷ୍ଠିତ ହେବା ସହ ସେପ୍ଟେମ୍ବର ୨୦ ତାରିଖ ଦିନ ନୂଆଖାଇ ଭେଟଘାଟର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଝାରବନ୍ଧ, ପାଇକମାଲ, ପଦ୍ମପୁରର ଗୋଁଣ୍ଡ ସମାଜର ସର୍କଲ ସଭାପତି, ସମ୍ପାଦକ ଓ ବରିଷ୍ଠ ବ୍ୟକ୍ତିଗଣ ଉପସ୍ଥିତ ରହିଥିଲେ । ଏହି ବୈଠକରେ ଚୈତୁ ସିଂଦେଓ, ଭାଗବତିଆ ଦାଉ, ଅମୃତ ବାଗ, ରଞ୍ଜନ ମାଝୀ, ବସନ୍ତ ଧରୁଆ, ଜଗଦେବ ଧରୁଆ, ନରସିଂହ ଧରୁଆ, ଭୋଳାନାଥ ଜଗତ, ଜୟସିଂ ଦାଉ, ଚିତ୍ତରଞ୍ଜନ ପୋରେ, ସମାରୁ ଧରୁଆ, ବୀରେନ୍ଦ୍ର ସିଦାର, ଅଶ୍ୱିନୀ ଧରୁଆ, ଦିଲ୍ଲୀପ ଧରୁଆ, ଦେବାନନ୍ଦ ପୁଟା, ଲୋକନାଥ ଧରୁଆ, କୃଷ୍ଣଚନ୍ଦ୍ର ଧରୁଆ, ରାମେଶ୍ୱର ସିଦାର, ଲକ୍ଷ୍ମଣ ସିଦାର, ପ୍ରେମ ସିଦାର, ନବୀନ ଧରୁଆ, ବିସିକେଶନ ଧରୁଆ ପ୍ରମୁଖ ଯୋଗଦାନ କରିଥିଲେ । ରାଜ୍ୟ ସଭାପତି ତଥା ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ମାତାଙ୍କ ପରଲୋକରେ ସମାଜ ତରଫରୁ ନୀରବ ପ୍ରାର୍ଥନା କରାଯାଇଥିଲା । ଶେଷରେ ଦୁର୍ଯ୍ୟୋଧନ ପୁଟା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.