mahavir

ରେଳ ଫାଟକ ମୁନସିନଗର ନିକଟରେ ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଖୁଜେନପାଲି ରେଳ ଫାଟକ ମୁନସିନଗର ନିକଟରେ ଆଜି ଜଣେ ବ୍ୟକ୍ତିଙ୍କ କ୍ଷତାକ୍ତ ମୃତଦେହ ପଡ଼ିଥିବା ଦେଖାଯାଇଛି । ମୃତକ ଜଣକ ହେଲେ ଜନାର୍ଦ୍ଦନ ଦେବତା(୫୪) । ସେ ଖୁଜେନପାଲି ମୁନସିନଗରର ବୋଲି ଜଣାପଡ଼ିଛି । ସେ ରୋଷେୟା କାମ କରନ୍ତି । ଜନାର୍ଦ୍ଦନ ପ୍ୟାଣ୍ଟ ସାର୍ଟ ପିନ୍ଧିଥିବା ବେଳେ ହାତରେ ଏକ ଗାମୁଛା ଧରିଥିବା ଦେଖାଦେଇଛି । ଏକ ମାଲ୍‌ ବୋଝେଇ ଟ୍ରେନ୍‌ ପୂର୍ବାହ୍ନରେ ଆସୁଥିବା ବେଳେ ଜନାର୍ଦ୍ଦନ ଟ୍ରାକ୍‌ ଉପରେ ଛିଡ଼ା ହୋଇଥିଲେ । ଏହି ସମୟରେ ଟ୍ରେନ୍‌ଟି ତାଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି । ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଉଛି । ଘଟଣାସ୍ଥଳରେ ଆର୍‌ପିଏଫ୍‌ ପୋଲିସ ଓ ଜିଆରପି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave A Reply

Your email address will not be published.