mahavir

ଭାରତ ମୁକ୍ତିମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଦ୍ୱାରା ଭାରତ ବନ୍ଦର ଡାକରା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨୩ ଏପ୍ରିଲ ୨୦୨୬ ଗୁରୁବାର ଦିନ ଭାରତ ମୁକ୍ତିମୋର୍ଚ୍ଚା ଓ ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଦ୍ୱାରା ଭାରତ ବନ୍ଦର ଡାକରା ଦିଆଯାଇଛି । ଏହି ଆନ୍ଦୋଳନକୁ ଜିଲ୍ଲା ଓବିସି-ଏସଟି-ଏସସି ସମନ୍ୱୟ ସମିତି ସମର୍ଥନ ଜଣାଇବା ସହ ୮ ଦଫା ଦାବିରେ ୨୩ ତାରିଖ ଦିନ ଜିଲ୍ଲାରେ ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ୧୨ ଘଣ୍ଟା ପାଇଁ ଅଖ ଚକ, ସରକାରୀ ଓ ବ୍ୟବସାୟିକ ଅନୁଷ୍ଠାନ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଛି । ଏହି ବନ୍ଦକୁ ଜିଲ୍ଲା ବଣିକ ସଂଘ, ଘରୋଇ ବସ, ଟ୍ରକ ମାଲିକ ସଂଘ ଓ ଅନ୍ୟମାନେ ସମର୍ଥନର ପ୍ରତିଶୃତି ଦେଇଥିବା ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।

Leave A Reply

Your email address will not be published.