pakka

ଟ୍ରାକ୍ଟର ଓଲଟି ଚାଳକ ମୃତ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ଥାନା ମାଣ୍ଡୋସିଲ ଗ୍ରାମର ଧାନମଣ୍ଡି ନିକଟରେ ଆଜି ଟ୍ରାକ୍ଟର ଓଲଟି ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ଧାରୋଲ ଗାଁର ପୂର୍ଣ୍ଣଚନ୍ଦ୍ର ରଣା (୨୬) ବୋଲି ଜଣାପଡିଛି । ସୂଚନା ଅନୁସାରେ ଟ୍ରାକ୍ଟରରେ ଚାଷ ଜମିକୁ କାଦୁଅ କରୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରାକ୍ଟରଟି ଓଲଟି ପଡିଥିଲା । ସ୍ଥାନୀୟ ଲୋକ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ ମଧ୍ୟ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ପାଇକମାଲ ଆଇଆଇସି ବିଶ୍ଵଜିତ ମନବୋଧ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲେ । ଏନେଇ ପାଇକମାଲ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡିଛି । ମାଣ୍ଡୋସିଲ ଅଞ୍ଚଳରେ ଏପରି ଦୁଃଖଦ ଘଟଣା ପାଇଁ ଶୋକର ଛାୟା ଖେଳିଯାଇଛି ।

jay balangir
Leave A Reply

Your email address will not be published.

nine − 8 =