pakka

ବିଶିଷ୍ଟ ମୃଦଙ୍ଗ ବାଦକ ଡି.ଧନୁର୍ଦ୍ଧର ରେଡ୍ଡୀଙ୍କ ବିୟୋଗ

l2

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଜଣେ ସୁନାମଧନ୍ୟ ବିଶିଷ୍ଟ ମୃଦଙ୍ଗ ବାଦକ ଡି.ଧନୁର୍ଦ୍ଧର ରେଡ୍ଡୀଙ୍କ ୬୫ ବର୍ଷ ବୟସରେ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ନିଜ ବାସଭବନରେ ତାଙ୍କର ବିୟୋଗ ଘଟିଥିବା ଜଣାପଡିଛି । ସେ ଗତ ଦେଢ଼ ମାସ ହେଲା ଅସୁସ୍ଥ ଥିଲେ । ସେ କ୍ୟାନସର୍‌ରେ ପୀଡିତ ଥିବା ଡାକ୍ତରଙ୍କ ଠାରୁ ଜଣାପଡିଛି । ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ସେ ମୃଦଙ୍ଗ ବାଦନ କରି ଉଚ୍ଚ ପ୍ରଶଂସିତ ହେବା ସହ ପୁରସ୍କୃତ ହୋଇ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ । ଗଞ୍ଜାମ ପ୍ରେସ କ୍ଳବ ପକ୍ଷରୁ ଗଞ୍ଜାମ ସହରସ୍ଥିତ ଭାରତୀ ବିଦ୍ୟାପୀଠ ପରିସରରେ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ୧୦୧୮ ମସିହାରେ ତାଙ୍କୁ ଶ୍ରେଷ୍ଠ ମୃଦଙ୍ଗ ବାଦକ ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାଙ୍କର ଅକାଳ ବିୟୋଗରେ କଳାକାର ମହଲରେ ଶୋକର ଛାୟା ଖେଳିଯାଇଛି । ସେ ଜଣେ ମେଳାପି, ସ୍ୱଷ୍ଟବାଦୀ, ପରୋପକାରୀ, ମିଷ୍ଟଭାଷୀ ପ୍ରକୃତିର ବ୍ୟକ୍ତି ଥିଲେ ।

pp
Leave A Reply

Your email address will not be published.

five × three =