ମାଗଣା ସିଲେଇ ଶିକ୍ଷା ଦେଉଛନ୍ତି ମୋତିରାମ

ଟିଟିଲାଗଡ, (ଗୌରବ ଦର୍ଜୀ) : ମୁରିବାହାଲ ବ୍ଲକର ଟୁପାଉଡା ପଞ୍ଚାୟତର ଟୁପାଉଡା ଗାଁରେ ନିଃଶୁଳ୍କ ସିଲେଇ ଶିକ୍ଷା ପ୍ରଦାନ କର୍ରୁଛନ୍ତି ମୋତିରାମ ପୋଢ଼ । ସେ ୨୦୧୬ ମସିହାରୁ ଗାଁ ଗାଁ ଯାଇ ମାଗଣାରେ ସିଲେଇ ଶିକ୍ଷା ଦେଉଛନ୍ତି । ଏ ପର୍ୟ୍ୟନ୍ତ ପ୍ରାୟ ଦୁଇ ଶହରୁ ଅଧିକ ମହିଳାଙ୍କୁ ସିଲେଇ ଶିକ୍ଷା ଦେଇ ସାରିଛନ୍ତି । କପଡା କାଟିବା, କପଡା ସିଲେଇବା ସବୁ ଶିକ୍ଷା ଗ୍ରହଣ ପାଇଁ ଗାଁ ମହିଳା ଖୁସିରେ ଶିକ୍ଷା ଗ୍ରହଣ କରୁଛନ୍ତି । ସାଧାରଣତଃ ମହିଳାମାନେ ଘରେ ରହି ଅନ୍ୟ ଉପରେ ନିର୍ଭର କରି ଚାଲିଥାନ୍ତି । ନିଜ କପଡା ଟିକକ ସିଲାଇବା ପାଇଁ ମଧ୍ୟ ଅନ୍ୟ ଉପରେ ନିର୍ଭର କରିଥାନ୍ତି । ଏହି ପରି ପରିସ୍ଥିତିରେ ସେ ମହିଳାମାନଙ୍କୁ ସ୍ୱାବଲମ୍ବୀ ହେବାକୁ ଶିକ୍ଷା ଦେଉଛନ୍ତି । ମହିଳାମାନେ ନିଜ ଲୁଗା ସହ ଗାଁ ଲୋକଙ୍କ ଲୁଗା ସିଲାଇ ଅର୍ଥ ଉପାର୍ଜନ କରୁଥିବା ବେଳେ ଆତ୍ମ ନିର୍ଭରଶୀଳ ହୋଇ ପାରୁଛନ୍ତି । ଶ୍ରୀ ପୋଢ଼ଙ୍କ ଏହି ଉଦ୍ୟମକୁ ବିଭିନ୍ନ ମହଲରେ ପ୍ରଶଂସା କରିବା ସହ ଗାଁ ଲୋକେ ମଧ୍ୟ ପ୍ରଶଂସା କରିଛନ୍ତି । କିନ୍ତୁ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପ୍ରୟାସ କୌଣସି ନା କୌଣସି ସ୍ଥାନରେ ବାଧକ ସାଜିଛି ଅର୍ଥାଭାବ । ତେଣୁ ସେ ପ୍ରଶାସନ ନିକଟରେ ସହାୟତା ପାଇଁ ଗୁହାରୀ କରୁଛନ୍ତି । ଯଦି ପ୍ରଶାସନ ତରଫରୁ କିଛି ସହାୟତା ମିଳେ ତେବେ ସେ ଆଗକୁ ଆହୁରି ଭଲ ଭାବରେ ଶିକ୍ଷା ଦେଇ ପାରିବେ ବୋଲି କହିଛନ୍ତି ।

Leave A Reply

Your email address will not be published.