ବାଙ୍କେଲ ଗ୍ରାମରେ କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ବାଙ୍କେଲ ଗ୍ରାମଠାରେ ବାଙ୍କେଲ ପଞ୍ଚାୟତ ଓ ପତ୍ରାପାଲି (ଖ) ପଞ୍ଚାୟତକୁ ନେଇ କଂଗ୍ରେସର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଭାବେ ଯୁବ ନେତା ଅମିତ୍ ସିଂ ସାଲୁଜା, ୨୯ ନଂ ଜିଲ୍ଲା ପରିଷଦ ସଭ୍ୟ ଗୋପିନାଥ ପାଣିଗ୍ରାହୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବେଲାରସେନ ବେହେରା, ବାଙ୍କେଲ ସରପଞ୍ଚ ଲକ୍ଷ୍ମଣ ଦୋରା, ବରିଷ୍ଠ କଂଗ୍ରେସ ନେତା କେ. ତ୍ରିନାଥ ରାଓ ମଞ୍ଚାସୀନ ଥିଲେ । ୨୦୨୪ ସାଧାରଣ ନିର୍ବାଚନ ପାଖେଇ ଆସୁଅଛି ସେଥିପାଇଁ ସମସ୍ତ ନେତା କର୍ମୀ ଏକତ୍ରିତ ହୋଇ ଉତ୍ସାହର ସହିତ ଦଳ ପାଇଁ କାମ କରି ବିଧାୟକ ଭାବେ ଶ୍ରୀଯୁକ୍ତ ସାଲୁଜାଙ୍କୁ ପୁଣିଥରେ ବିଧାନସଭାକୁ ପଠାଇବାକୁ ଉପସ୍ଥିତ ନେତା ଓ କର୍ମୀଙ୍କୁ ବିଧାୟକ ଅମିତ୍ ସିଂ ସାଲୁଜା ଗୁରୁମନ୍ତ୍ର ଦେଇଥିଲେ । ଶେଷରେ କଂଗ୍ରେସ ଦଳର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଉନ୍ନୟନମୂଳକ କାର୍ଯ୍ୟ ଓ କଂଗ୍ରେସ ଦଳର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ୨୦୦ରୁ ଅଧିକ ପୁରୁଷ ଓ ମହିଳା କଂଗ୍ରେସ ଦଳରେ ଯୋଗଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପାର୍ଥ ଭୋଇ, ପୂର୍ଣ୍ଣଚନ୍ଦ୍ର ପୁଟେଲ, ବିଜୟ ବାଗ, ଯୁଧା ନାଗ, ଯଦୁ ତାଣ୍ଡି, ତେଜରାଜ ଲୁହା, ଉମେଶ ସିଂ ବର୍ମା, ରଘୁ ତାଣ୍ଡି, ଈଶ୍ୱର ଭୋଇ, ଜିତେନ ହାତୀ, କାଳିଆ ଭୋଇ ଓ ମାନସ ପୁଟେଲଙ୍କ ସମେତ ବାପୁଜୀ କ୍ଲବର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

nineteen − 15 =