ଫସଲ ବୀମା ପ୍ରଦାନ ସଂପର୍କିତ ମିଳିତ ବୈଠକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ତ ପାଇକମାଲ ବ୍ଲକର ଅନ୍ତର୍ଗତ ଲଖମରା, ବାଦିକଟା ଏବଂ ଭେଙ୍ଗରାଜପୁର ଗ୍ରାମ ପଞ୍ଚାୟତର ଚାଷୀମାନେ ୨୦୧୯-୨୦ ଖରିଫ ଫସଲ ବୀମା ପାଇ ପାରିନଥିବାରୁ ଗତ ତା ୨୩.୯.୨୦ ଦିନ ପଦ୍ମପୁର ଉପଜିଲ୍ଲାପାଳ କାର୍ୟ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହି ପରିପ୍ରେକ୍ଷୀରେ ପଦ୍ମପୁର ଉପଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ଚାଷୀମାନଙ୍କ ସହିତ ଆଲୋଚନା କରି ଗତ ତା୨୫.୯.୨୦
ଦିନ କୃଷି, ବୀମା କମ୍ପାନୀ ଏବଂ ପ୍ରଶାସନର ମିଳିତ ବୈଠକ ଏହି ସମସ୍ୟାର ସମାଧାନ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ତଦନ୍ତ ପରେ ଆଜି ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଆରଏମ୍‌ପି ପରିସର ମଧ୍ୟରେ ଫସଲ ବୀମା ପ୍ରଦାନ ସଂପର୍କିତ ଏକ ମିଳିତ ବୈଠକ ଅନୁଷ୍ଠିତ ହୋଇ ଯାଇଅଛି । ଏହି ବୈଠକରେ ବରଗଡ଼ ଜିଲ୍ଲା କୃଷି ବିଭାଗର ଡିଡିଏ ଦୀନବନ୍ଧୁ ଗାନ୍ଧୀ, ଓରିଏଷ୍ଟାଲ ଇନସୁରାସ୍ସ କମ୍ପାନୀ ବରଗଡ଼ ତରଫରୁ ଏସଆର ଏସ ରାଓ, ପରିସଂଖ୍ୟାନ ବିଭାଗ ବରଗଡ଼ ସହକାରୀ ନିର୍ଦ୍ଦେଶକ ଲକ୍ଷ୍ମଣ ଛୁରିଆ ପ୍ରମୁଖ ଯୋଗଦାନ କରି ଫସଲ ବୀମା ପ୍ରଦାନ ସଂପର୍କିତ ବିଭିନ୍ନ ଦିଗ ଉପରେ ଉପସ୍ଥିତ ଚାଷୀ ପ୍ରତିନିଧିମାନଙ୍କ ସହିତ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ଆଲୋଚନା ମାଧ୍ୟମରେ ଉପଜିଲ୍ଲାପାଳ ବିଭିନ୍ନ ବିଭାଗ ମଧ୍ୟରେ ସମନ୍ମୟ ରକ୍ଷା କରି ଚାଷୀମାନଙ୍କର ଫସଲ ବୀମା ପ୍ରଦାନ ସଂପର୍କିତ ସମସ୍ୟା କିଭଳି ସମାଧାନ କରାଯାଇ ପାରିବ, ତା ଉପରେ ଗୁରୁତ୍ୱାରୋପ କରିଥିଲେ । ଉକ୍ତ ବୈଠକରେ ଚାଷୀ ପ୍ରତିନିଧି ବିଶ୍ବନାଥ ରଣା, ହରେ କୃଷ୍ଣ ସାହୁ, ଦହିତ କୁମାର ସାହୁ ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ବିଭିନ୍ନ ଗ୍ରାମ ପଞ୍ଚାୟତର ଚାଷୀମାନେ ମଧ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.