
ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଜରାସିଂହା ରାସ୍ତାରେ ଥିବା ଚନ୍ଦ୍ରପୁର ଓଏଭି ସ୍କୁଲ ନିକଟରେ ଥିବା ଏକ ଇଟା ଫ୍ୟାକ୍ଟ୍ରିରେ ମାଟି ଚିରି ମହାଦେବ ବାହାରିଥିବା ଜଣାପଡ଼ିଛି । ତେବେ ନିକଟସ୍ଥ ଚନ୍ଦ୍ରପୁର ଗାଁର ଜୈନିକ ମହିଳାଙ୍କୁ ସ୍ୱପ୍ନାଦେଶ ହେବାରୁ ଇଟା ଫ୍ୟାକ୍ଟ୍ରିରେ ମାଟି ଖୋଲା ଯାଇଥିଲା ଏବଂ ମାଟି ଖୋଲିବା ମାତ୍ର ଏକ ଶିବ ଲିଙ୍ଗ ଆବିର୍ଭାବ ହୋଇଥିଲା । ଏହି ଘଟଣା ଜଣାପଡ଼ିବା ପରେ ସେହି ସ୍ଥଳରେ ଲୋକଙ୍କ ସୁଅ ଛୁଟିଥିବା ବେଳେ ଆଜି ପୂଜାର୍ଚ୍ଚନା କରି ଶିବ ଲିଙ୍ଗକୁ ପ୍ରତିଷ୍ଠା କରାଯାଇଛି । ପୂଜାରେ କର୍ତ୍ତା ଭାବେ ଉମାଶଙ୍କର ଦୀପ, ସଞ୍ଜୁତା ଦୀପଙ୍କ ସହ ସ୍ୱପ୍ନେଶ୍ଵର ବାବା ଚନ୍ଦପୁର ଡକୁଆପଡା ପୂଜକ ଆରପ ଦୀପ, ଆୟୁସ ଦୀପ, ପୀୟୂଷ ସୁନା, ହିମାଂଶୁ ସୁନାଙ୍କ ତତ୍ତ୍ୱାବଧାନରେ ନେହେରୁ, ଅଶ୍ୱିନୀ, ଅଶୋକ, ସାହିଲ ଦୀପ, ମାନସ, କମଲ ଦୀପ ଡକୁଆପଡା ବାସୀ ଉପସ୍ଥିତ ରହି ପୂଜାର୍ଚ୍ଚନାରେ ସହଯୋଗ କରିଥିଲେ ।