pakka

ଓମିକ୍ରନ୍‌ ସଂକ୍ରମଣକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେଲା ବଲାଙ୍ଗିର ପୋଲିସ : କଡ଼ାକଡ଼ି କଲା ମାସ୍କ ଚେକିଂ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ବିଶ୍ୱରେ କରୋନାର ନୂତନ ଭାରିଆଣ୍ଟ ଓମିକ୍ରନ୍‌ କାୟା ବିସ୍ତାର କରୁଥିବା ବେଳେ ଭାରତରେ ମଧ୍ୟ ଓମିକ୍ରନ୍‌ ତାର ସ୍ଥିତି ଜାହିର୍‌ କରିଛି । ତେବେ ଓମିକ୍ରନ୍‌ ସଂକ୍ରମଣକୁ ରୋକିବା ପାଇଁ ଆଗୁଆ ପଦକ୍ଷେପ ନେଇଛି ବଲାଙ୍ଗିର ପୋଲିସ । ସମସ୍ତେ ମାସ୍କ ପିନ୍ଧିବାକୁ ସାରା ସହରରେ ପୋଲିସ ପକ୍ଷରୁ ସଚେତନ କରାଯାଉଥିବା ବେଳେ ଆଜି ଟାଉନ୍‌ ଥାନା ସମ୍ମୁଖରେ କଡ଼ାକଡ଼ି ମାସ୍କ ଚେକିଂ ଚାଲିଥିବା ଦେଖିବାକୁ ମିଳିଛି । ଚେକିଂ ସମୟରେ ଏସ୍‌ଡ଼ିପିଓ ତୋଫାନ ବାଗ ଓ ଟାଉନ୍‌ ଥାନା ଆଇଆଇସି କେ. ପ୍ରିୟଙ୍କା ରାଉତରାୟ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଛନ୍ତି । ଯେଉଁମାନେ ମାସ୍କ ପରିଧାନ କରିନଥିଲେ ସେମାନଙ୍କୁ ମାସ୍କ ପିନ୍ଧାଇ ସଚେତନ କରାଯାଉଥିଲା । ଆଗାମୀ ସମୟରେ ମାସ୍କ ପରିଧାନ ନ କଲେ ତଥା କରୋନା ଗାଇଡ଼ଲାଇନ୍‌ ନମାଲିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ଡ଼ିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

17 + 10 =