pakka

ବରଗଡ଼ ଘୁଲିପାଲି ଛକରେ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇ ଛୁଆ ସମେତ୍‌ ପାଞ୍ଚ ଗୁରୁତର

bbehera

ବରଗଡ଼, (ନିରୋଜ କୁମାର ପାଣୀ) : ବରଗଡ଼ ଘୁଲିପାଲି ଛକରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇ ଜଣ ଶିଶୁ ସମେତ ମୋଟ ପାଞ୍ଚଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ତେବେ ସୂଚନା ଅନୁସାରେ ଆଜି ରବିବାର ସନ୍ଧ୍ୟା ୭ଟା ସମୟରେ ବରଗଡ଼ ହଲଦୀପାଲି ଛକରୁ ନିଜର କର୍ମ ସାରି ଘୁଲିପାଲି ଛକକୁ ଏକ ଟ୍ରେଲି ରିକ୍ସାରେ ଅରୁଣ ଦେବାର ସମେତ ତାର ସ୍ତ୍ରୀ ଡୋଲି ଦେବାର(୨୦), ତାଙ୍କ ଛୁଆ ଗଣେଶ ଦେବାର(୦୩), ତାଙ୍କ ଭଣଜା ସର୍ବନ ଦେବାର (୦୩) ଓ ଭାଇ ଦେବଧର ଦେବାର ଫେରୁଥିବା ସମୟରେ ଏକ କାର ଓଡ଼ି ୧୭ଡବ୍ଲୁ୧୮୨୮ ଦ୍ରୁତଗତିରେ ପଛପଟୁ ଆସି ଧକା ଦେଇ ଚାଲିଯାଇଥିଲା । ଘଟଣା ସ୍ଥଳରେ ଲୋକେ କାର୍‌ଟିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ସେ ଧରଛୁଆଁ ଦେଇନଥିଲା ଓ ସମ୍ବଲପୁର ପଟକୁ ଚାଲିଯାଇଥିଲା । ତେବେ ଆହତ ବ୍ୟକ୍ତି ଦୁଇ ଛୁଆ ସମେତ ମୋଟ ପାଞ୍ଚଜଣ ରାସ୍ତା ଉପରେ ପଡିରହିଥିବା ସମୟରେ ସ୍ଥାନୀୟ ଲୋକଙ୍କ ସହାୟତାରେ ସ୍ବେଛାସେବୀ ଅନୁଷ୍ଠାନ ସଂକଲ୍ପ ପରିବାରର ସଦସ୍ୟମାନେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକତ୍ସା ଲୟକୁ ପହଞ୍ଚାଇଥିଲେ । ତେବେ ତାଙ୍କ ମଧ୍ୟରୁ ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ବିଭାଗୀୟ ଡାକ୍ତର ତାଙ୍କୁ ଭୀମସାର ବୁର୍ଲାକୁ ସ୍ଥାନାନ୍ତର କରିଛନ୍ତି । ତେବେ କାର ଚାଲକଙ୍କୁ ଯୋଗାଯୋଗ କରାଯାଇଥିଲେ ସୁଦ୍ଧା ସେ ରିପୋଟ ଲେଖା ହେବା ପର୍ୟ୍ୟନ୍ତ ରାତ୍ରି ୧୦ଟା ସୁଦ୍ଧା ଚିକତ୍ସାଳୟ ପହଞ୍ଚି ନାହାନ୍ତି । ଏପଟେ କବାଡି କାମ କରୁଥିବା ବହୁତ ଗୁଡ଼ାଏ ମହିଳା ପୁରୁଷ ଚିକିତ୍ସାଲୟକୁ ପହଞ୍ଚିଛନ୍ତି ।

jay balangir
Leave A Reply

Your email address will not be published.

four × 4 =