pakka

ୟୁକ୍ରେନ ଉପରେ ସାମ୍ରଜ୍ୟବାଦୀ ରୁଷିଆର ଆକ୍ରମଣକୁ ନେଇ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏସ୍‌ୟୁସିଆଇ (ସି)ର ବିକ୍ଷୋଭ ପ୍ରଦର୍ଶନ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୟୁକ୍ରେନ ଉପରେ ସାମ୍ରଜ୍ୟବାଦି ରୁଷିଆର ଆକ୍ରମଣର ପ୍ରତିବାଦରେ ଆଜି ସନ୍ଧ୍ୟା ସମୟରେ ଏସ୍‌ୟୁସିଆଇ(ସି) ବଲାଙ୍ଗିର ପକ୍ଷରୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସାମ୍ରଜ୍ୟବାଦି ରୁଷିଆ ଏବଂ ଆମେରିକା ବିଶ୍ୱ ବଜାରକୁ ଦଖଲ କରିବା ପାଇଁ ଏଭଳି ଘୃଣ୍ୟ ଯୁଦ୍ଧ ଭିଆଉଛନ୍ତି । ଯାହା ଦ୍ୱାରା ଜନଗଣ ଯୁଦ୍ଧରେ କ୍ଷତାକ୍ତ ଏବଂ ମୃତ୍ୟୁବରଣ କରୁଛନ୍ତି । ଏହାର ପ୍ରତିବାଦରେ ସମସ୍ତେ ଆଗେଇ ଆସିବାକୁ ଏସ୍‌ୟୁସିଆଇ (ସି) ବଲାଙ୍ଗିର ପକ୍ଷରୁ ନିବେଦନ କରାଯାଉଛି । ଏହି ପ୍ରତିବାଦ ସଭାରେ ଜିଲ୍ଲା ସଂପାଦକ ସୁନିଲ ଭୋଇ, ରାଜେନ୍ଦ୍ର ରଣା ସହ ବହୁ ସଦସ୍ୟ ପ୍ରତିବାଦ ସଭାରେ ସାମିଲ ଥିଲେ ।

jay balangir
Leave A Reply

Your email address will not be published.

twenty − eight =