pr

ସମସ୍ତଙ୍କ ପାଇଁ ଶିକ୍ଷା : ମିନି ମାରାଥନ

dr. purohit

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ମିନି ମାରାଥନ କାର୍ଯ୍ୟକ୍ରମ ଆୟୋଜନ କରଯାଇଥିଲା । ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ କିଟ୍ କିସ୍ ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କ ତତ୍ତ୍ଵାବଧାନରେ ସମସ୍ତ ଜିଲ୍ଲା ସଦର ମହକୁମାରେ ସମସ୍ତଙ୍କ ପାଇଁ ଶିକ୍ଷା ଉଦ୍ଦେଶ୍ୟରେ ମିନି ମାରାଥନ କାର୍ଯ୍ୟକ୍ରମ କରାଯାଇଥିବାବେଳେ ଭବାନୀପାଟଣା ସହରରେ ମଧ୍ୟ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ଠାରୁ ଅମଲା ଭବନ ପର୍ଯ୍ୟନ୍ତ ଏକ ଗଣଦୌଡ଼ ମିନି ମାରାଥନ ଆୟୋଜନ କରଯାଇଥିଲା । ପ୍ରାରମ୍ଭରେ ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ରୂପସିଂ ରାଉତ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ମାଣିକେଶ୍ୱରୀ ଛକ, ଷ୍ଟେଚୁ ଛକ, ଘୋଡା ଘାଟ ଛକ ଦେଇ ଶେଷରେ ଅମଲା ଭବନ ଠାରେ ପହଞ୍ଚିବାପାରେ ସେଠାରେ ଏକ ସାଧରଣ ବୈଠକ ଆୟୋଜନ କରାଯାଇଥିଲା । ଉକ୍ତ ବୈଠକର ମୁଖ୍ୟ ଅତିଥି ଭାବେ ବାଲ ଗୋପାଳ ସେବା ନିକେତନର ପ୍ରତିଷ୍ଠାତା ହେମନ୍ତ କୁମାର ମୁଣ୍ଡ, ସମ୍ମାନିତ ଅତିଥି ଭାବେ ଡ. ପବିତ୍ର କୁମାର ବାଗ ପ୍ରଫେସର ମା’ ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ, ପରମାନନ୍ଦ ମାଝୀ ସମାଜସେବୀ ତଥା ଆଦିବାସୀ ନେତା, ଦେବେନ୍ଦ୍ର ବିଶି ଜିଲ୍ଲା ପ୍ରତିନିଧି ସମ୍ବାଦ ପ୍ରମୁଖ ଯୋଗଦେଇଥିଲେ । ପ୍ରଥମେ କଳାହାଣ୍ଡି ଇଷ୍ଟଦେବୀ ମା’ ମାଣିକେଶ୍ଵରୀଙ୍କ ପୂଜାର୍ଚ୍ଚନା ପରେ ମୁଖ୍ୟ ଅତିଥି ମୁଣ୍ଡ ଡ. ଅଚ୍ୟୁତ ସାମନ୍ତଙ୍କ ଏ ନିଆରା କାର୍ଯ୍ୟକ୍ରମ କନ୍ୟା କିରଣ, ଦେବାରେ ଆନନ୍ଦ ଭଳି ଆଉ ଏକ କାର୍ଯ୍ୟକ୍ରମ ଯାହାକି ସମସ୍ତଙ୍କ ପାଇଁ ଶିକ୍ଷାକୁ ନେଇ ସମାଜକୁ ଶିକ୍ଷିତ କରିବା ସହିତ ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ଅଞ୍ଚଳର ନା ରଖିବା ଥିଲା ଏ ମିନି ମାରାଥନର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିଥିଲେ । ଶିକ୍ଷାରୁ ବଞ୍ଚିତ ଲୋକଙ୍କୁ ଶିକ୍ଷିତ କରି ପାରିଲେ ହିଁ ପ୍ରକୃତ ବିକଶିତ ଭାରତ ଏବଂ ବିକଶିତ ଓଡିଶାର ସ୍ୱପ୍ନ ସାକାର ହୋଇ ପାରିବ ବୋଲି ମତ ପ୍ରକାଶ କରିଥିଲେ । ସେହିପରି ଅନ୍ୟ ଅତିଥି ଡ. ସାମନ୍ତଙ୍କ ଏ ନିଆରା କାର୍ଯ୍ୟକ୍ରମକୁ ଭୂୟସୀ ପ୍ରଶଂସା କରିବା ସହିତ ସମାଜ ପାଇଁ ତାଙ୍କ ଉତ୍ସର୍ଗୀକୃତ ମନଭାବ ଯାହାକି ଅନେକ ଲୋକଙ୍କୁ ସାମଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଆଣି ଉଦାହରଣ ସୃଷ୍ଟି କରିଛନ୍ତି । ପରେ ଉପସ୍ଥିତ ପ୍ରତିଯୋଗୀଙ୍କୁ ଅତିଥିମାନେ ପ୍ରମାଣ ପତ୍ର ପ୍ରଦାନ କରିଥିଲେ । କିସ୍ କଳାହାଣ୍ଡିର ଉପ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁଷ୍ମନ୍ତ କୁମାର ପଧାନ, ଉପସ୍ଥିତ ସମସ୍ତ ଅତିଥି ଓ ପ୍ରତିଯୋଗୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

nrusinghnath
Leave A Reply

Your email address will not be published.