csstore

ଦେଓଗାଁ ବ୍ଲକ ଗାଈବାହାଲରେ ସ୍ମାର୍ଟ କାର୍ଡ ବଣ୍ଟନ ବେଳେ କୃଷି ମନ୍ତ୍ରୀଙ୍କ ମଞ୍ଚ ଉପରକୁ ଅଣ୍ଡା ମାଡ଼

ଦେଓଗାଁ, (ମନୀଷ କୁମାର ସାହୁ) : ବୁଧବାର ଦିନ ସାଢ଼େ ୪ଟା ସମୟରେ ଦେଓଗାଁ ବ୍ଳକ ଗାଈବାହାଲ ପଞ୍ଚାୟତରେ କୃଷି, ମତ୍ସ୍ୟ ଓ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରିବାକୁ ଆସିଥିଲେ । ହେଲେ ମନ୍ତ୍ରୀଙ୍କ ଭାଷଣ ଚାଳିଥିବା ବେଳେ ମଞ୍ଚ ପଛ ପଟୁ କିଛି ଲୋକ ଅଣ୍ଡା ମାଡ଼ କରିଥିବା ଦେଖିବାକୁ ମିଳିଥିଲା । ଏହି ଅଣ୍ଡା ସାମ୍ନା ପଟରେ ପୁଲିସ ବିଭାଗର କଡ଼ା ସୁରକ୍ଷା ଥିବାରୁ ମଂଚର ପଛପଟରୁ କିଏ ଅଣ୍ଡା ମାରିଲା ତାକୁ ନେଇ ସଭାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆଲୋଚନା ଜୋର୍ ଧରୁଛି । ପୁଲିସର କଡ଼ା ସୁରକ୍ଷା ଭିତରେ ମନ୍ତ୍ରୀ କାର୍ଡ଼ ବଣ୍ଟନ କରୁଥିବା ବେଳେ ଅଣ୍ଡା ମାଡ଼ ହେବାରୁ ପୁଲିସ ଗୁଇନ୍ଦା ବିଭାଗ ଆଗରୁ କିଭଳି ଜାଣିପାରିଲେ ନାହିଁ, ଯଦି ଜାଣିଥିଲେ ତାହା ହେଲେ ଅଣ୍ଡା ମାରିଥିବା ଲୋକମାନଙ୍କୁ ପୂର୍ବରୁ ଗିରଫ କାହିଁକି କଲେ ନାହିିଁ ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଏ ଘଟଣାକୁ ବିଜେଡ଼ି ପକ୍ଷରୁ ନିନ୍ଦା କରିବା ସହ ଦଳୀୟ କର୍ମଚାରୀମାନେ ହୀନ ଲୋକଙ୍କ ନୀଚ କାମ ବୋଲି ମତ ଦେଇଛନ୍ତି ।

jayashree
Leave A Reply

Your email address will not be published.