csstore

ଛତାମଖନା ସପ୍ତାହିକ ବଜାର ପିଣ୍ଡି ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଛତାମଖନା ସପ୍ତାହିକ ବାଜରର ପିଣ୍ଡି ଆଜି ଉଦ୍‌ଘାଟିତ ହୋଇଯାଇଛି । ଛତାମଖନା ସମିତି ସଭ୍ୟ ସିଦ୍ଧାର୍ଥ ମିଶ୍ର ମୁଖ୍ୟଅତିଥି ରୁପେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ଉକ୍ତ ଉଦ୍‌ଘାଟନି ଉତ୍ସବରେ ନରେନ୍ଦ୍ର ମେଶ୍ୱା, ହିରାଲାଲ ମିଶ୍ର, ରାଧାକାନ୍ତ ମିଶ୍ର, ରାଜକିଶୋର ମିଶ୍ର, ସରପଂଚ ଜନ୍ମଜୟ ବାରିକଙ୍କ ସମେତ ପଂଚାୟତର ଜିତେନ୍ଦ୍ର ପାତ୍ର, ଭାଗ୍ୟବାନ ମେଶ୍ୱା, କାଳିଆ ଷାଣ୍ଢ, ରମାକାନ୍ତ ପଧାନ, ରଙ୍କମଣୀ ସାହୁ, ବାବୁଲା ମେଶ୍ୱା, ମଧୁ ମେଶ୍ୱା, ସଂଚିତ ଶତପଥି, କୈଳାସ ମେଶ୍ୱା, ସୂର୍ଯ୍ୟ ନାଗ, ମାୟାଧର ନାଗ, ପ୍ରଦିପ ରଣା, ବିଘ୍ନେଶ୍ୱର ମିଶ୍ର, କବିରାଜ ବାରିକ, ହିମାଂଶୁ ଷଡଙ୍ଗୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ପ୍ରକାଶ ଯେ, ଏହି ପିଣ୍ଡିଟି ପଂଚମ ରାଜ୍ୟ ଅର୍ଥ କମିଶନ ପାଣ୍ଠିରୁ ନିର୍ମିତ ହୋଇଛି । ଏହି ପିଣ୍ଡି ହେବା ଦ୍ୱାରା ବଜାରକୁ ଆସୁଥିବା ବ୍ୟବସାୟୀମାନେ ଆରାମରେ ବସି ବ୍ୟବସାୟ କରି ପାରିବେ ବୋଲି ସମିତି ସଭ୍ୟ ଶ୍ରୀ ମିଶ୍ର ପ୍ରକାଶ କରିଛନ୍ତି ।

jayashree
Leave A Reply

Your email address will not be published.