ଦେଓଗାଁ ସପ୍ତର୍ଷି ଗୁରୁକୁଳ ଆଶ୍ରମକୁ ମନ୍ତ୍ରୀ ଟୁକୁନିଙ୍କ ପରିଦର୍ଶନ : ବିକାଶ ପାଇଁ ପ୍ରତିଶ୍ରୁତି

ସଇଁନ୍ତଲା, (ଅଜିତ କୁମାର ସାହୁ) : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଳକ ଟିକ୍ରାପଡା ସ୍ଥିତ ଦେଓଗାଁ ଗୁରୁକୁଳ ସପ୍ତର୍ଷି ସେବାଶ୍ରମ ଦୟାନନ୍ଦ ବିହାରକୁ ଆଜି ଓଡ଼ିଶା ଶିଶୁ ବିକାଶ ମନ୍ତ୍ରୀ ତଥା ଟିଟିଲାଗଡ ବିଧାୟିକା ଟୁକୁନି ସାହୁ ଉକ୍ତ ସେବାଶ୍ରମକୁ ପରିଦର୍ଶନ କରିଥିଲେ । ଆଶ୍ରମର ଛାତ୍ର ଓ କର୍ମଚାରୀ ମାନଙ୍କ ସହ ବିଭିନ୍ନ ଉନ୍ନତି ପାଇଁ ଆଲୋଚନା କରିଥିଲେ । ଆଶ୍ରମର ଅନେକ ସମସ୍ୟାକୁ ନେଇ ଆଶ୍ରମର ଅଧିଷ୍ଠାତା ପଣ୍ଡିତ ସହଦେବ ଶାସ୍ତ୍ରୀ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ । ମନ୍ତ୍ରୀ ପରିଦର୍ଶନ ସମୟରେ ଆଶ୍ରମର ସଭାପତି କିଶୋର ଗୁପ୍ତା ଆଶ୍ରମର ବିକାଶ ଦିଗରେ ଦୃଷ୍ଟି ଦେବା ପାଇଁ ଅନୁରୋଧ କରିଥିଲେ । ନିରୀକ୍ଷଣ କମିଟିର ମୁଖ୍ୟ ରାଜେଶ ଅଗ୍ରୱାଲ ଧନ୍ୟବାଦ ଦେଇଥିଲେ । ତେବେ ଆଶ୍ରମରେ ପରିଦର୍ଶନ କରିବା ପାଇଁ ଆଶ୍ରମର ବିକାଶ ପାଇଁ ମୁଁ ସବୁବେଳେ ଅଛି ଓ ରହିବି ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଏହି ପରିଦର୍ଶନ ସମୟରେ ମନ୍ତ୍ରୀଙ୍କ ପ୍ରତିନିଧି ରାଜ କିଶୋର ଡାଙ୍ଗ, ଟୁକୁ ରାଜପଲିଆ, ବିଶ୍ଵନାଥ ସୁଆର, ଦିଲୀପ ରାଜପଲିଆ, ଗୌର ଚନ୍ଦ୍ର ରାଜପଲିଆ ସମେତ ଆଶ୍ରମ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

4 × 3 =