ବଲାଙ୍ଗିର ଜିଲ୍ଲାରୁ ଆଜି ୬୬ ଆକ୍ରାନ୍ତ : ୩ ମୃତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଜିଲ୍ଲାରୁ ସମୁଦାୟ ୬୬ ଜଣ ସଂକ୍ରମିତ, ୭୦ ଜଣ ସୁସ୍ଥ ଓ ୩ଜଣ ମୃତ ହୋଇଥିବା ସରକାରୀ ରିପୋର୍ଟରୁ ଜଣାପଡିଛି । ଆଜି ମିଳିଥିବା ସରକାରୀ ରିପୋର୍ଟ ଅନୁସାରେ ବଲାଙ୍ଗିର ଗ୍ରାମାଞ୍ଚଳରୁ ୩ଜଣ, ବଲାଙ୍ଗିର ପୌରାଞ୍ଚଳରୁ ୧୦ଜଣ, ବଙ୍ଗୋମୁଣ୍ଡା ବ୍ଲକରୁ ଜଣେ, ବେଲପଡା ବ୍ଲକରୁ ୭ଜଣ, ଦେଓଗାଁ ବ୍ଲକରୁ ୫ଜଣ, ଗୁଡଭେଲା ବ୍ଲକରୁ ୪ଜଣ, ଖପ୍ରାଖୋଲ ବ୍ଲକରୁ ୧୬ଜଣ, ଲୋଇସିଂହା ବ୍ଲକରୁ ୩ଜଣ, ମୁରିବାହାଲ ବ୍ଲକରୁ ଜଣେ, ପାଟଣାଗଡ ସହରାଞ୍ଚଳରୁ ଜଣେ, ପୁଇଁନ୍ତଳା ବ୍ଲକରୁ ୬ଜଣ, ସଇଁନ୍ତଳା ବ୍ଲକରୁ ୨ଜଣ, ଟିଟିଲାଗଡ ଗ୍ରାମାଞ୍ଚଳରୁ ୩ଜଣ, ଟିଟିଲାଗଡ ସହରାଞ୍ଚଳରୁ ୩ଜଣ ଓ ତୁରେକେଲା ବ୍ଲକରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ସୁଦ୍ଧା ଜିଲ୍ଲାରେ ସମୁଦାୟ ୨୨୨୪୬ ଜଣ ସଂକ୍ରମିତଙ୍କ ମଧ୍ୟରୁ ୨୧୫୦୭ଜଣ ସୁସ୍ଥ ହୋଇଥିବାବେଳେ ୬୭୦ ଜଣ ସକ୍ରିୟ ଓ ୬୯ ଜଣ ମୃତ୍ୟୁବରଣ କରିଥିବା ସରକାରୀ ସୂଚନା ରହିଛି ।

Leave A Reply

Your email address will not be published.

eight + 6 =