csstore

ଚିତ୍ତରଞ୍ଜନ ଭୋଇ ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ଭାବେ ମନୋନୀତ

ବରଗଡ, (ନିରୋଜ କୁମାର ପାଣୀ) : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଅତାବିରା ବ୍ଲକର ପୂର୍ବତନ ବିଜେପି ସଭାପତି ଚିତ୍ତରଞ୍ଜନ ଭୋଇଙ୍କୁ କୃଷକ ମୋର୍ଚ୍ଚାର ବରଗଡ ଜିଲ୍ଲା ସଭାପତି ଭାବେ ମନୋନୀତ କରାଯାଇଛି । ଶ୍ରୀ ଭୋଇ ଏହା ପୂର୍ବରୁ ୨୦୦୨ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଅତାବିରା ପଞ୍ଚାୟତ ସମିତିର ଚ୍ୟାରମେନ, ୨୦୦୭ରୁ ୨୦୧୩ ପର୍ଯ୍ୟନ୍ତ ଅତାବିରା ବ୍ଲକ ଜୋନ ୧ର ଜିଲ୍ଲା ପରିଷଦ ସଭ୍ୟ ସହ ସମଲେଶ୍ୱରୀ ଆଞ୍ଚଳିକ ଦୁଗ୍ଧ ଉତ୍ପାଦନ ସଂଘର ଡାଇରେକ୍ଟର ଭାବେ ମଧ୍ୟ ୩ବର୍ଷ ଦାୟିତ୍ୱରେ ଥିଲେ । ବରଗଡ ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ପ୍ରସ୍ତାବ କ୍ରମେ କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ଅନୁମୋଦନ ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଚିତ୍ତରଞ୍ଜନ ଭୋଇଙ୍କୁ ବରଗଡ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ନୂତନ ସଭାପତି ଭାବେ ମନୋନୀତ କରିଛନ୍ତି ।

jayashree
Leave A Reply

Your email address will not be published.