ବାଲି ଚୋରା ଚାଲାଣ କରୁଥିବା ହାଇୱା ଜବତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପାଇକମାଲ ତହସିଲଦାର ଗୋଟିଏ ବାଲି ଚୋରା ଚାଲାଣ କରୁଥିବା ହାଇୱାକୁ ଧରି ଫାଇନ କରିଥିବା ଘଟଣା ସୋମବାର ପାଇକମାଲରେ ଚର୍ଚ୍ଚା ହୋଇଥିଲା । ସିଜି୦୪ଏମ୍‌୮୪୫୪ ହାଇୱା ଗାଡ଼ିରେ ବାଲି ଭର୍ତି କରି ନୃସିଂହନାଥ ଯାଉଥିବା ବେଳେ ପାଇକମାଲରେ ତହସିଲଦାର ଅକ୍ଷୟ କୁମାର ବାଗ ଗାଡିକୁ ଅଟକାଇ ନିଜ ତହସିଲ କାର୍ଯ୍ୟାଳୟକୁ ନେଇଥିଲେ । ସେଠାରେ କାଗଜ ପତ୍ର ତନଖି କରିବାରୁ ଅଯୋଧ୍ୟା ପ୍ରସାଦ ସାହୁ ଝାରବନ୍ଧର ବୋଲି ଜଣାପଡିଥିଲା । ବାଲି ପରମିଟ ନ ଥିବାରୁ ତାଙ୍କୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଫାଇନ କରାଯାଇଥିଲା । ସମୁଦାୟ ଟଙ୍କା ପୈଠ କଲାପରେ ହାଇୱାକୁ ଛଡାଯାଇଥିଲା । ଧରପଗଡ ସମୟରେ ପାଇକମାଲ ଆର୍‌ଆଇ ନରେନ୍ଦ୍ର ବିଶି ଓ ତାଙ୍କର ସହଯୋଗୀମାନେ ଉପସ୍ଥିତ ଥିଲେ । ମଙ୍ଗଳବାର ଆଉ ଗୋଟିଏ ଟ୍ରାକ୍ଟର ବାଲି ଚୋରାଇ ନେଇ ଯାଉଥିବା ବେଳେ ଧରା ପଡ଼ିଥିବା ଜଣାପଡିଛି ।

Leave A Reply

Your email address will not be published.

twenty − seventeen =