csstore

ରାଜ୍ୟ ସମାଜସେବୀ ମହାସଂଘର ସହ ସମ୍ପାଦକ ଭାବେ ଅଂଶୁମାନ ପ୍ରିୟଦର୍ଶନ ମନୋନୀତ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟ ସମାଜସେବୀ ମହାସଂଘର ନୂତନ ଭାବରେ ଫୁଲବାଣୀର ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଛି । ଅନୁଷ୍ଠାନିକ ଭାବରେ ସଂଘର ସଭାପତି ନରୋତ୍ତମ ଦାସ ଉପୋରକ୍ତ ଦାୟିତ୍ୱ ପ୍ରଦାନ କରିବା ସହିତ, ତାଙ୍କୁ କନ୍ଧମାଳ ଜିଲ୍ଲାର ସହ ସଂଯୋଜକ ଭାବରେ ମଧ୍ୟ ଘୋଷଣା କରିଛନ୍ତି । ଆମ ଅଞ୍ଚଳ ପାଇଁ ଓ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବିଷୟ ଅଟେ, ତାଙ୍କ ଦ୍ୱାରା ଦୀର୍ଘ ଦିନ ଧରି ଫୁଲବାଣୀ ଏବଂ କନ୍ଧମାଳ ଜିଲ୍ଲା ତଥା ଜିଲ୍ଲା ବାହାରେ ମଧ୍ୟ ଅସହାୟ ଲୋକଙ୍କୁ ରକ୍ତଦାନ କରିବା ସହ, ରକ୍ତଦାତାଙ୍କୁ ପ୍ରୋତ୍ସାହିତ କରି ଅସହାୟ ରୋଗୀଙ୍କ ପାଇଁ ରକ୍ତ ଯୋଗାଡ କରିବା, ଲକଡାଉନ ସମୟରେ ଅପହଞ୍ଚ ଗାଁ ଗୁଡିକରେ ଶୁଖିଲା ଖାଦ୍ୟ ବଣ୍ଟନ କରିବା ଓ ଶିକ୍ଷା ପ୍ରଦାନ କରିବା ପାଇଁ ସେ ସବୁବେଳେ ଚେଷ୍ଟାରତ ଥିଲେ । ପ୍ରବଳ ଶୀତ ସମୟରେ ଗରିବମାନଙ୍କୁ ଶୀତବସ୍ତ୍ର ପ୍ରଦାନ କରିବା ଭଳି ଅନେକ ସମାଜ କଲ୍ୟାଣ କାର୍ଯ୍ୟକ୍ରମ କରି ଆସୁଛନ୍ତି । ସେଥିପାଇଁ ସଂଘ ପକ୍ଷରୁ ତାଙ୍କୁ ଏହି ଦାୟିତ୍ୱପୂର୍ଣ୍ଣ ପଦବୀ ଦିଆଯାଇଥିବା କୁହାଯାଇଛି ।

jayashree
Leave A Reply

Your email address will not be published.