mahavir

ତହଁକ୍ କୁଟୁମ୍‌ର ନିଆରା କାର୍ଯ୍ୟକ୍ରମ : “ଜଂଗଲ୍ ବଁଚାଲେ ମଂଗଲ୍ ହେବା”

ଚନ୍ଦନଭାଟୀ, (ରାଜେଶ ଦଣ୍ଡସେନା) : ଆଜି ହେଉଛି ୭୯ତମ ସ୍ୱାଧୀନତା ଦିବସ । ଏହି ଅବସରରେ ପୁରପଲ୍ଲୀରେ ସ୍ଵାଧୀନତା ଦିବସ ପାଳନ କରାଯାଇଛି । ଏହି ପରିପ୍ରେକ୍ଷୀରେ ତହଁକ୍ କୁଟୁମ୍ ପକ୍ଷରୁ ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଚନ୍ଦନଭାଟୀ ପଞ୍ଚାୟତର ସାଲେପାଲି ଗ୍ରାମରେ “ଜଂଗଲ୍ ବଁଚାଲେ ମଂଗଲ୍ ହେବା” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗ୍ରାମରେ ଏକ ଶୋଭାଯାତ୍ରା ବାହାରିଥିଲା । ପରେ ପରେ ଗାଁ ମଣ୍ଡପରେ ଗାଁ ଲୋକଙ୍କୁ ନେଇ ଜଙ୍ଗଲ ପରିବେଶ ବଞ୍ଚାଇବା ପାଇଁ ଆହ୍ୱାନ ଦିଆଯାଇଥିଲା । ଆଜି ଯଦି ପାଣି ଅଭାବରୁ ଚାଷରେ ବାଧାପ୍ରାପ୍ତ ହେଉଛି ଏବଂ ତ୍ରିପଣ୍ଡ ଖରା ହେଉଛି ତାର ମୁଖ୍ୟ କାରଣ ହେଉଛି ଗଛ ନଷ୍ଟ କରିବା । ଗଛ ନ କାଟି ମାଁ ନାମରେ ଗଛଟିଏ ଲଗାଇବା ପାଇଁ ଶପଥ ପାଠ କରାଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଫରେଷ୍ଟର କୀର୍ତ୍ତିଚନ୍ଦ୍ର ସୁଆର ଯୋଗ ଦେଇଥିବା ବେଳେ ତହଁକ୍ କୁଟୁମ୍‌ର ସମ୍ପାଦକ ରାଜେଶ ଦଣ୍ଡସେନା, ମୂଖ୍ୟ ସମ୍ପାଦକ ଅର୍ଜୁନ କୁମାର ସାହୁ, ପରିଚାଳନା ସମ୍ପାଦକ ଦିଲ୍ଲୀପ କୁମାର ମିଶ୍ର, କଳାକାର ଭବାନୀ ଶଙ୍କର ମିଶ୍ର, ଗିରିଧାରୀ ମଟାରି, ରମେଶ ଧରୁଆ ଯୋଗ ଦେଇ ଅଭିଭାଷଣ ପ୍ରଦାନ କରିଥିଲେ । ନିଆରା ଢଙ୍ଗରେ ଗୌର ଏବଂ ସାଥୀ କଳାକାରଙ୍କ ପଞ୍ଚବାଦ୍ୟ ସହିତ ଗୀତ ମାଧ୍ୟମରେ ଗାଁ ଲୋକଙ୍କୁ ସଚେତନତା କରାଯାଇଥିଲା । ବେଣୁ ଧରୁଆ, ବିବେକା ଧରୁଆ, ପିଙ୍କ ଧରୁଆ, ତୁମ୍ଭେଶ୍ୱର ଧରୁଆ, ସଂକୀର୍ତ୍ତନ ଧରୁଆ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.