pakka

ବିପୁଲିଙ୍ଗୀ ଗ୍ରାମରେ ମା’ ବୁଢୀଠାକୁରାଣୀଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ

bbehera

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମାଠାରୁ ମାତ୍ର ୫ କିମି ଦୂର ଛତ୍ରପୁର ବ୍ଲକ ବିପୁଲିଙ୍ଗୀ ଗ୍ରାମ ନିକଟରେ ଥିବା ମା’ ବୁଢୀ ଠାକୁରାଣୀଙ୍କ ଜିର୍ଣ୍ଣୋଦ୍ଧାର ତଥା ନୂତନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଘୃତଯଜ୍ଞ, ନାମଯଜ୍ଞ ଓ ଅନ୍ନଯଜ୍ଞ ସମ୍ପାଦିତ ହୋଇଆସୁଅଛି । ରବିବାର ଦିନ ଜଳଯାତ୍ରା ଓ ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ପ୍ରତିଷ୍ଠା-ଯଜ୍ଞାନୁଷ୍ଠାନ ସାମାରୋହ ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବରେ ପଣ୍ଡିତ ବାସୁଦେବ ମିଶ୍ର ଓ ପଣ୍ଡିତ ମହେଶ୍ୱର ଆଚାର୍ଯ୍ୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହେଉଅଛି । ବିପୁଲିଙ୍ଗୀ ଓ ତେଲାପଲ୍ଲୀ ଗ୍ରାମବାସୀଙ୍କ ସକ୍ରୀୟ ସହଯୋଗରେ ଏହା ସମାହିତ ହୋଇଛି । ପ୍ରତିଷ୍ଠା ଉତ୍ସବରେ ଦେବୀଙ୍କ ଦର୍ଶନ ପାଇଁ ଆଶାତୀତ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହେଉଛି । ସନ୍ଧ୍ୟାରେ ପ୍ରବଚନ ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଛି ।

jay balangir
Leave A Reply

Your email address will not be published.

14 + seventeen =