pakka

ଆର୍‌ଏସ୍‌ପି ୧୯୯୩ ବ୍ୟାଚ୍‌ ଆପ୍ରେଣ୍ଟିସଙ୍କ ଭାବ ବିନିମୟ କାର୍ଯ୍ୟକ୍ରମ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ୧୯୯୩ ମସିହା ମାର୍ଚ୍ଚ ପହିଲାରେ ଆର୍‌ଏସ୍‌ପିର ଟ୍ରେଡ୍‌ ଆପ୍ରେଣ୍ଟିସ ଭାବେ ଚାକିରିରେ ଯୋଗଦାନ କରିଥିବା ସାଥୀମାନେ ୩୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଭାବ ବିନିମୟ କାର୍ଯ୍ୟକ୍ରମ ସେକ୍ଟର ୩ ଅହିରାବନ୍ଧ (ଜଗନ୍ନାଥ) ମନ୍ଦିର ପ୍ରାଙ୍ଗଣରେ ସପରିବାର ସହ ପାଳନ କରିଛନ୍ତି । ଶ୍ରୀଜଗନ୍ନାଥ ଠାକୁରଙ୍କ ଦର୍ଶନ ଓ ପୂଜା, ୧୦୮ ଦୀପ ପ୍ରଜ୍ୱଳନ, ହୋମଯଜ୍ଞ ଇତ୍ୟାଦି ଓ ଶେଷରେ ଜଳପାନ କରି ନିଜ ନିଜର ଦୀର୍ଘ ୩୦ ବର୍ଷର ଅଭୁଲା ସ୍ମୁତିକୁ ସେମାନେ ମନେ ପକାଇବା ସହ ଭାବର ଆଦାନ ପ୍ରଦାନ କରିଥିଲେ । ଏହି ବ୍ୟାଚର ଜଣେ ସାଥୀ କାଳୀଚରଣ ଦାସ ଓ ବିଭାଗ ଥିଲା ସିଆର୍‌ଏମ୍‌ (ଇଲେକ୍ଟ୍ରିକାଲ) ଯିଏକି ବର୍ତ୍ତମାନ ଗୁରୁଶ୍ରୀ ମୁକ୍ତାନନ୍ଦ ସରସ୍ୱତୀ ନାମରେ ପରିଚିତ, ତାଙ୍କ ଉପସ୍ଥିତି କାର୍ଯ୍ୟକ୍ରମକୁ ରୋଚକ କରିଥିଲା ଓ ତାଙ୍କ ଉପସ୍ଥିତିରେ ଏକ ଯଜ୍ଞ ମଧ୍ୟ ଆୟୋଜିତ ହୋଇଥିଲା । ଯାହାଦ୍ୱାରା ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳି ଯାଇଥିଲା ।

jay balangir
Leave A Reply

Your email address will not be published.

eighteen − 5 =