pakka

ପୋଲସରା ସହରାଞ୍ଚଳ ମିଶନଶକ୍ତି ସଦସ୍ୟାମାନଙ୍କୁ ସାଇକେଲ ବଣ୍ଟନ

bbehera

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟାଳୟ ଅଧୀନରେ ପଞ୍ଜିକୃତ/ ନିୟୋଜିତ ହୋଇଥିବା ମିଶନ ଶକ୍ତିର ସଦସ୍ୟାମାନଙ୍କୁ ସାଇକେଲ ବିତରଣ କରାଯାଇଛି । ଗୋଷ୍ଠୀ ସହଭାଗିତା ଉତ୍ସବ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡ଼ିଓ କନଫରେନ୍ସ ମାଧ୍ୟମରେ ସାଇକେଲ ବିତରଣର ଶୁଭାରମ୍ଭ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଯୋଗଦେଇ ସମସ୍ତ ମହିଳାମାନଙ୍କୁ ଗୋଟିଏ ଲେଖାଏଁ ସାଇକେଲ ବିତରଣ କରିଛନ୍ତି ।

jay balangir
Leave A Reply

Your email address will not be published.

4 × 2 =