pakka

ମାଲପଡା ଖଦ୍ୟୋତ ଅନୁଷ୍ଠାନର ସାଧାରଣ ବୈଠକ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ଖଦ୍ୟୋତ ସାମାଜିକ ସାଂସ୍କୃତିକ ଅନୁଷ୍ଠାନର ସାଧାରଣ ବୈଠକ ଅନୁଷ୍ଠିତ ହୋଇଥିଲା । ଅନୁଷ୍ଠାନର ସଭାପତି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସାଧାରଣ ସଂପାଦକ ଆକୁଳ ବେହେରା ସ୍ୱାଗତ ଅଭିଭାଷଣ ରଖିଥିଲେ । ଅନୁଷ୍ଠାନର ବିଭିନ୍ନ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା କରାଯାଇଥିଲା । ସାଂସ୍କୃତି କାର୍ଯ୍ୟକ୍ରମ କ୍ରମରେ ନୁଆଁଖାଇ ଭେଟଘାଟ ସହ ବିଭିନ୍ନ ପ୍ରତିଯୋଗିତା କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା । ଏହି କାର୍ଯ୍ୟକ୍ରମ ସମୟରେ କଳାକାରମାନଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କୃତ କରିବା ପାଇଁ ସ୍ଥିରୀକୃତ ହୋଇଥିଲା । ଏହିି ସଭାରେ ଉପ-ସଭାପତି ରବିଚନ୍ଦ୍ର ପଶାୟତ ସଭା ପରିଚାଳନା କରିଥିବା ବେଳେ କୋଷାଧ୍ୟକ୍ଷ ରାଜେଶ ପାଣିଗ୍ରାହୀ, ଉପଦେଷ୍ଟା ଛାୟାକାନ୍ତ ସାହୁ, ସଂଗଠନିକ ସଂପାଦକ ଆନନ୍ଦ ଚନ୍ଦ୍ର ବଡପଣ୍ଡା ମଞ୍ଚାସୀନ ଥିଲେ ଓ ସହ-ସଂପାଦକ ମୀନକେତନ ମାଝି ଧନ୍ୟବାଦ ଅର୍ପଣ କରିଥିଲେ । ଅନୁଷ୍ଠାର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ନିଳମଣି ବିଶ୍ୱାଲ, ଆଶିଷ ପଣ୍ଡା, ଜୟରାମ ପଣ୍ଡା, ଉମାକାନ୍ତ ନାଥ, ଆଶୁତୋଷ ବଗର୍ତ୍ତି ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

twenty − four =