pakka

ବରପାଲିପଡା ପଞ୍ଚସଖା ଗଳି କମିଟି ଗଠିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବରପାଲିପଡା ପଞ୍ଚସଖା ଗଳି ତଥା ଏହାର ଆଖପାଖ ଅଞ୍ଚଳର ସ୍ଥାନୀୟ ବାସିନ୍ଦାକୁ ନେଇ ଡ. ଜଗନ୍ନାଥ ପଣ୍ଡାଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ନେଇ ଏକ ୧୫ ଜଣିଆ କମିଟି ଗଠନ କରାଯାଇଛି । ସଭାପତି ଭାବେ ଡକ୍ଟର ଜଗନ୍ନାଥ ପଣ୍ଡା, ଉପ-ସଭାପତି ଗୋପଭୂଷଣ ନାଥ, ସଂପାଦକ ଆର୍ତ୍ତତ୍ରାଣ ମିଶ୍ର, ସହ-ସଂପାଦକ ନୃସିଂହ ଚରଣ ଗୌଡ, କୋଷାଧ୍ୟକ୍ଷ ରମେଶ ଚନ୍ଦ୍ର ନାଥ, ସହ-କୋଷାଧ୍ୟକ୍ଷ ଭବାନୀ ଶଙ୍କର ନାଏକଙ୍କୁ ଚୟନ କରାଯାଇଥିବା ବେଳେ ପରିଚାଳନା କମିଟିରେ ଦ୍ୟୁତି ରଞ୍ଜନ ମହାଲିଙ୍ଗ, ସନ୍ତୋଷ ମିଶ୍ର, ଜୟଚନ୍ଦ୍ର ପଟେଲ, ବୈକୁଣ୍ଠ ସ୍ୱାଇଁ, ଅର୍ଜୁନ ହୋତା, ଗୌ÷ର ଷଡଙ୍ଗୀ, ବିଶ୍ୱ ମୋହନ ଜେନା, ଜ୍ୟୋତିର୍ମୟ ସରାଫ ଏବଂ ପପୁ ସାହୁଙ୍କୁ ମନୋନୀତ କରାଯାଇଥିଲା । ଉକ୍ତ ବୈଠକରେ ବରପାଲିପଡାରେ ନିୟମିତ ପାନୀୟଜଳ ଯୋଗାଣ ହେଉନଥିବାରୁ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା । ପିଇବା ପାଣି ପାଇଁ ଲୋକ ହଇରାଣ ହେଉଥିବାରୁ ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟିଦେଇ ପ୍ରତିଦିନ ବରପାଲିପଡାକୁ ଜନ ଯୋଗାଣ କରିବା ପାଇଁ ଦାବୀ କରାଯାଇଥିଲା । ସେହିପରି ପଡାରେ ନାଳନର୍ଦ୍ଦମାଗୁଡିକ ନିୟମିତ ସଫା ହେଉନଥିବାରୁ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ । ପୌର ପାଳିକା ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେବା ସହ ପ୍ରତିଦିନ ନାଳନର୍ଦ୍ଦମାଗୁଡିକୁ ସଫା ରଖିବା ପାଇଁ ପଦକ୍ଷେପ ନେବାକୁ ଦୃଢ ଦାବୀ କରାଯାଇଥିଲା । ବରପାଲିପଡାର ଅନେକ ସ୍ଥାନରେ ଲାଇଟ୍‌ ଜଳୁନ ଥିବାରୁ ଅସାମାଜିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗୁଛି । ତେଣୁ ବିଜୁଳି ବିଭାଗ ପଡାର ସମସ୍ତ ଗଳିରେ ଥିବା ବିଦ୍ୟୁତ ଖୁଣ୍ଟରେ ଲାଇଟ ବ୍ୟବସ୍ଥା କରିବା ପାଇଁ ଦାବୀ କରାଯାଇଥିଲା । ଉକ୍ତ ବୈଠକରେ ପଡାର ଲିଙ୍ଗରାଜ ଗହିର, ଗୋପାଳ ଚନ୍ଦ୍ର ପଣ୍ଡା, ଲମ୍ବୋଦର ସାହୁ, ଗଙ୍ଗାଧର ଭୋଇ, ଭାଗ୍ୟବନ୍ତ ହୋତା, ଦୁର୍ଗାଚରଣ ମାହଣା, ମାନଭଞ୍ଜନ ମିଶ୍ର, ଜୟରାମ ବହିଦାର, ଦୁଲାଲ ନାଥ, ସନ୍ଦୀପ ପରିଚ୍ଛା, ଟିନୁ ବହିଦାର ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ । ବୈଠକକୁ ଗୋପଭୂଷଣ ନାଥ ପରିଚାଳନା କରିଥିବା ବେଳେ ଆର୍ତ୍ତତ୍ରାଣ ମିଶ୍ର ସଂଯୋଜନା କରିଥିଲେ । ଶେଷରେ ଦ୍ୟୁତି ରଞ୍ଜନ ମହାଲିଙ୍ଗ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.

two × one =