csstore

ଜୁନିୟର ରେଡକ୍ରସ ୟୁନିଟ୍‌ ତରଫରୁ ନିଶାକୁ ନା’ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ

ସଇଁନ୍ତଲା, (ଅଜିତ କୁମାର ସାହୁ) : ପ୍ରତିବର୍ଷ ନିଶାସେବନ ଯୋଗୁଁ ବିଶ୍ୱରେ ପ୍ରାୟ ସତୁରି ଲକ୍ଷ ମଣିଷଙ୍କ ଜୀବନ ଅକାଳେ ଯାଉଛି । ସେମାନଙ୍କ ମଧ୍ୟରୁ ପ୍ରାୟ ନଅ ଲକ୍ଷ ତମ୍ବାଖୁ ସେବନ ନ କରି ସୁଦ୍ଧା ପ୍ରାଣ ହରାଉଛନ୍ତି । ସେମାନେ ଅକାଳ ମୃତ୍ୟୁ ପାଇଁ ଦାୟୀ ଅନ୍ୟର ଧୁମ୍ରପାନ ବା ଇଂରାଜୀରେ “ସେକେଣ୍ଡ ହ୍ୟାଣ୍ଡ ସ୍ମୋକ୍‌” ଦାୟୀ ଅଟେ । ଏହାକୁ ଲକ୍ଷ୍ୟ କରି ଛାତ୍ରଛାତ୍ରୀମାନଙ୍କୁ ନିଶାଠାରୁ ଦୂରେ ରହିବା ପାଇଁ ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଡେଙ୍ଗ ସ୍ଥିତ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଜୁନିୟର ରେଡକ୍ରସ ୟୁନିଟ୍‌ ତରଫରୁ ନିଶାକୁ ନା’ କହିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଣ୍ଡାଳ ମିଶ୍ରଙ୍କ ଅଧ୍ୟକ୍ଷତା ଓ ଜୁନିୟର ରେଡକ୍ରସ କାଉନସେଲର ରାମ ନାରାୟଣ ଦାଶଙ୍କ ସଂଯୋଜନାରେ ହୋଇଥିବା କାର୍ଯ୍ୟକ୍ରମରେ ନିଶା ବ୍ୟବହାର ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟଗତ ସମସ୍ୟା ତଥା କ୍ୟାନ୍ସର, ମଧୁମେୟ, ଆଖି ସମସ୍ୟା, ଟିବି ଆଦି ରୋଗ ହୋଇଥାଏ ବୋଲି ଉପସ୍ଥିତ ଶିକ୍ଷକ ଶିକ୍ଷୟିତ୍ରୀଗଣ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିଥିଲେ । ପରେ ଛାତ୍ରଛାତ୍ରୀମାନଙ୍କୁ ନେଇ ନିଶାଠାରୁ ଦୂରେ ରହିବା ପାଇଁ ଏକ ଶପଥ ପାଠ କରାଯାଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ବିଶ୍ୱନାଥ ମେହେର, ସୁଦର୍ଶନ ଦାଶ, ହିମାଂଶୁ ଶେଖର ବିଶ୍ୱାଳ, ବ୍ରଜ ମୋହନ ମାଝୀ, ଲିଙ୍ଗରାଜ ନନ୍ଦ, ଶିକ୍ଷୟିତ୍ରୀ ରେଣୁକା ସାହୁ, ଭାରତୀ ପ୍ରଧାନ, ଯଶୋବନ୍ତୀ ସୁନା, କାନ୍ତୀ ଭୋଇ, ଦ୍ରୋପଦୀ ଭୋଇ ଅଂଶଗ୍ରହଣ କରିଥିଲେ । କାର୍ଯ୍ୟକ୍ରମକୁ ଶିକ୍ଷକ ଆଦିତ୍ୟ ରଣା ପରିଚାଳନା କରିଥିବା ବେଳେ ବିଜ୍ଞାନ ଶିକ୍ଷୟତ୍ରୀ ଗାୟତ୍ରୀ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ ।

jayashree
Leave A Reply

Your email address will not be published.