pakka

ବେହେରାପାଲିଠାରେ ମକର ସଂକ୍ରାନ୍ତି

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ସୋହେଲା ବେହେରାପାଲିଠାରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ ଦଧିବାମନ ଭାଗବତ ଟୁଙ୍ଗୀ ତରଫରୁ ମକର ସଂକ୍ରାନ୍ତି ପାଳିତ ହୋଇଯାଇଛି । ଏହି ଅବସରରେ ଗ୍ରାମର ଗୌନ୍ତିଆ ତହସିଲ ସାହୁଙ୍କ ସଭାପତିତ୍ୱରେ ତଥା ବୁଦ୍ଧଦେବ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ପ୍ରବଚନ କାର୍ଯ୍ରକ୍ରମରେ ମୁଖ୍ୟବକ୍ତା ଭାବରେ ଭଟଲୀ କେଶେଇପାଲିର ଆନନ୍ଦା ସାହୁ, ସମ୍ମାନିତ ବକ୍ତା ଭାବରେ ପ୍ରକୃତି ବନ୍ଧୁ ରାମଚନ୍ଦ୍ର ସାହୁ ଯୋଗଦାନ କରି ରାମାୟଣ, ମହାଭାରତ ତଥା ଭାଗବତର ବିଭିନ୍ନ ବିଷୟରେ ପ୍ରବଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାମିନୀ ବାରିକ, ହଲଧର ବିଶ୍ବାଳ, ଅଶୋକ ମେହେର, ରାଜୁ ସାହୁ ଭକ୍ତି ସଂଗୀତ ପରିବେଷଣ କରିଥିଲେ । କାର୍ଯ୍ୟକ୍ରମରେ କବିରାଜ ଡମ୍ବରୁଧର ସାହୁ, ଲୋକନାଥ ସାହୁ, ଜନାର୍ଦନ ସାହୁଙ୍କ ସହ ଆଖ ପାଖ ଗ୍ରାମର ଭକ୍ତ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମକୁ ଠାକୁର ଚରଣ ସାହୁ, ଦିବାକର ମେହେର, ଦାଶରଥି ସାହୁ, ଶ୍ରଦ୍ଧାକର ଭୁଏ, ଟେକଚାନ୍ଦ ମେହେର ପରିଚାଳନା କରିଥିଲେ । ଶେଷରେ କେଦାରନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଗବତ ଟୁଙ୍ଗୀର ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

10 + eleven =

error: Content is protected !!