csstore

ମା’ ମାଣିକେଶ୍ୱରୀ ପ୍ରଡକ୍‌ସନ୍‌ ଦ୍ୱାରା ସମ୍ବଲପୁରୀ / କୋଶଲୀ ସିନେମାର ଶୁଭ ମହୁରତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ମକର ସଂକ୍ରାନ୍ତି ଅବସରରେ ମା’ ମାଣିକେଶ୍ୱରୀ ପ୍ରଡ଼କ୍‌ସନ୍‌, ବଲାଙ୍ଗିର ଦ୍ୱାରା ଆସନ୍ତା ଫେବୃଆରୀ ମାସ ପ୍ରଥମ ସପ୍ତାହରେ ସୁଟିଂଗ ହେବାକୁ ଥିବା ହାସ୍ୟରସାତ୍ମକ ସମ୍ବଲପୁରୀ / କୋଶଲୀ ସିନେମା ‘କିଏରେ….?’ର ଶୁଭ ମହୁରତ ବଲାଙ୍ଗିର ନିକଟସ୍ଥ ପଥରଚେପା ହନୁମାନ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି । ସଂଜୀବ କୁମାର ନାଏକଙ୍କ ରଚିତ ଏହି ସିନେମାରେ ବିଭିନ୍ନ ଭୂମିକାରେ ଅଭିନୟ କରିବେ ରାଜୀବ, ମହାଦେବ, ମନୋରଂଜନ, କୀର୍ତ୍ତି, ସୌମେନ୍ଦ୍ର, ଆନନ୍ଦ, ପ୍ରଦୀପ, ବିନୟ, ବିରଂଚି, ସୁବାସ, ସରୋଜ, କୁନୁ, ଶିବେଶ, ସ୍ୱାଗତ, ସ୍ୱରୂପ, ସମ୍ଭବ, ଅଙ୍କିତ, ସଂଜୀବ, ଚନ୍ଦ୍ରମା ଏବଂ ସାଇପ୍ରିୟା । ଏହାର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସଂଜୀବ କୁମାର ନାଏକ । ବଲାଙ୍ଗିର ଆଖପାଖ ଅଂଚଳରେ ସୁଟିଂ ହେବାର ଯୋଜନା ରହିଛି । କ୍ୟାମେରା ଦାୟିତ୍ୱରେ କୀର୍ତ୍ତି ଭିଡ଼ିଓ ଭିଜନ ରହିଥିବା ବେଳେ ସହ ନିର୍ଦ୍ଦେଶକ ଭାବେ ମନୋରଂଜନ ପଟେଲ ରହିଛନ୍ତି ।

jayashree
Leave A Reply

Your email address will not be published.